ପ୍ୟାରିସ ଅଲିମ୍ପିକରେ ବିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ

ଅର୍ଗସ ବ୍ୟୁରୋ: ଅଲିମ୍ପିକରେ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ଲାଗିଛି ବଡ଼ ଝଟକା। ପ୍ୟାରିସ ଅଲିମ୍ପିକରେ ବିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ । କୁସ୍ତିର ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ ବିନେଶ୍ ଫୋଗାଟ୍ । ଫାଇନାଲରେ ପହଞ୍ଚିବା ପରେ ଅଯୋଗ୍ୟ ଘୋଷିତ । ଆଜି ଫାଇନାଲ୍ ମ୍ୟାଚ୍ ଖେଳିଥାଆନ୍ତେ ବିନେଶ୍ ଫୋଗାଟ୍ । ବିନେଶ ଫୋଗାଟଙ୍କ ଓଜନ 50 କିଲୋଗ୍ରାମରୁ ଅଧିକ ବାହାରିଛି । ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷିତ ବିନେଶ ଫୋଗାଟ୍ । ଭାରତକୁ ମିଳିବ ନାହିଁ କୁସ୍ତିର ମେଡାଲ୍ । ବିନା ମେଡାଲରେ ଫେରିବେ ବିନେଶ ଫୋଗାଟ । 50 କିଲୋ ବର୍ଗରେ କାହାରିକୁ ମିଳିବ ନାହିଁ ରୌପ୍ୟ ପଦକ । ଏହି ବର୍ଗରେ କେବଳ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଦିଆଯିବ ।
ଭିନେଶ ଆଜି ରାତିରେ ଫାଇନାଲ ଖେଳିଥାନ୍ତେ । ଭାରତୀୟ ଫ୍ୟାନ୍ସ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା ରଖିଥିଲେ । ମାତ୍ର ସବୁ ସ୍ୱପ୍ନ ଏବେ କେଇ କ୍ଷଣରେ ଭାଙ୍ଗି ଚୂରମାର ହୋଇଛି । ଭାରତକୁ ଅଲିମ୍ପିକ୍ସରେ ଶକ୍ତ ଝଟକା ଲାଗିଛି । ଅଧିକ ଓଜନ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଅଲିମ୍ପିକ୍ସ ୨୦୨୪ କୁସ୍ତି ପ୍ରତିଯୋଗିତାରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଭିନେଶଙ୍କ ପ୍ରାୟ ୧୦୦ ଗ୍ରାମ ଓଜନ ବଢିଥିବାରୁ ତାଙ୍କୁ ଏଭଳି ପରିସ୍ଥିର ସାମ୍ନା କରିବାକୁ ପଡିଛି ।
ଅଧିକ ପଢ଼ନ୍ତୁ ଖେଳ ଖବର: