Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ନିଷ୍ପର୍ତ୍ତି,ଫେଲ୍ ମାରିଲେ ରୋ-କୋ ଯୋଡି

Sangram Tripathy
Browse all articles by Sangram Tripathy
·1 year ago
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ନିଷ୍ପର୍ତ୍ତି,ଫେଲ୍ ମାରିଲେ ରୋ-କୋ ଯୋଡି

ଅର୍ଗସ ବ୍ୟୁରୋ:ବେଙ୍ଗାଲୁରୁରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନ ବର୍ଷା ବାଧକ ସର୍ତ୍ତେ ଖେଳହୋଇପାରି ନଥିବାବେଳେ ଦ୍ବିତୀୟ ଦିନରେ ଖେଳ ଆରମ୍ଭ ହୋଇଛି ରୋହିତ ସେନା ବ୍ୟାଟିଂ ନିଷ୍ପର୍ତ୍ତି ନେଇଛି,ଆରମ୍ଭ ରୁ ଝୁଣ୍ଟିଛନ୍ତି ଭାରତୀୟ ବ୍ୟାଟର ରୋ-କୋ ଯୋଡି ଅର୍ଥାତ ଅଧିନାୟକ ରୋହିତ ଶର୍ମା ୨ ଏବଂ ବିରାଟ କୋହଲି,ସର୍ଫରାଜ ଖାନ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଛନ୍ତି। ପଡିଆରେ ଯଶସ୍ବୀ  ଏବଂ ଋଷଭ ସ୍ଥିତି ସମ୍ଭାଲିଛନ୍ତି,ଖବର ଲେଖାହେବା ସୁଦ୍ଧା ଭାରତ ୨୦ ଓଭର ୩ଟି ବଲରେ ୩ ୱିକେଟି ହରାଇ ୩୧ ରନ୍ କରିଥିଲା ଜୟସ୍ବାଲ ୧୩,ପନ୍ତ ୧୩ ରନ୍ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦି,ୱିଲ୍‌ ଓ’ରୁର୍‌କି ଏବଂ ଏମ୍ ହେନରି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's batting order in the Test against New Zealand, Ro-Co pair failed | Argus News