Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିତାଙ୍କ ଗାଁରେ ସମୟ ବିତାଇଲେ ଭାରତର ପୂର୍ବତନ ଷ୍ଟାର କ୍ରିକେଟର

Sports

ପିତାଙ୍କ ଗାଁରେ ସମୟ ବିତାଇଲେ ଭାରତର ପୂର୍ବତନ ଷ୍ଟାର କ୍ରିକେଟର

Ritu Das
Browse all articles by Ritu Das
·2 years ago·2 min read
ପିତାଙ୍କ ଗାଁରେ ସମୟ ବିତାଇଲେ ଭାରତର ପୂର୍ବତନ ଷ୍ଟାର କ୍ରିକେଟର

ଅର୍ଗସ ବ୍ୟୁରୋ: ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟରଙ୍କୁ ବିଶ୍ବକପ ମ୍ୟାଚବେଳେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କିନ୍ତୁ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜକୁ ଏସବୁରୁ ଦୂରେଇ ରଖିଥିଲେ। ଫ୍ୟାନମାନେ ବିଶ୍ବକପବେଳେ ତାଙ୍କର ଗୋଟିଏ ଝଲକକୁ ଖୋଜିଥିଲେ କିନ୍ତୁ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ପରେ ଜଣାପଡ଼ିଥିଲା ଯେତେବେଳେ ସୋସିଆଲ ମିଡିଆରେ ତାଙ୍କର ଷ୍ଟୋରୀ ଭାଇରାଲ ହେଲା। ତେବେ ଆପଣ ଜାଣିବାକୁ ଚାହୁଁଛନ୍ତି ନା ସେ କେଉଁଆଡେ ଯାଇଥିଲେ। ଏମଏସ ଧୋନୀ ନାଁ ହିଁ କାଫି।

 

ଭାରତୀୟ ଦଳର ମ୍ୟାଚ ଓ୍ବିନର ହେଉଛନ୍ତି ଧୋନୀ। ଅତ୍ୟନ୍ତ ଶାନ୍ତ ମିଜାଜର ସେଥିପାଇଁ ତାଙ୍କୁ ଟିମରେ କୁହନ୍ତି କ୍ୟାପଟେନ କୁଲ। ସେଥିପାଇଁ ତାଙ୍କ ଓ୍ବିନିଂ ଶଟ, ଓ୍ବିକେଟ କିପିଂ ଯେତିକି ପସନ୍ଦ କରନ୍ତି।  ତାଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ବି ଫ୍ୟାନମାନେ ସେଭଳି ଅନେଇ ବସିଥାନ୍ତି। ଧୋନୀ ସାକ୍ଷୀ ଏବଂ ଝିଅ ଜିଭାଙ୍କ ସହ ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲା ସ୍ଥିତ ଲ୍ବାଲିରେ ସମୟ ବିତେଇବାକୁ ଯାଇଥିଲେ। ମାହିଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନୀଙ୍କ ପରିବାର ସହିତ ସମୟ ବିତାଉଥିବାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋ ଏବଂ ଭିଡିଓକୁ ଫ୍ୟାନମାନେ ବହୁମାତ୍ରାରେ ପସନ୍ଦ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓରେ ନିଜ ପୈତୃକ ଘର ଦୁଆର ବନ୍ଧ ନିକଟରେ ପତ୍ନୀ ସାକ୍ଷୀଙ୍କ ସହ ଧୋନୀ ବସିଥିବାର ଦେଖିବାକୁ ମିଳିଥିଲା। ସାକ୍ଷୀ ହଳଦିଆ କୁର୍ତ୍ତି ପିନ୍ଧିଥିବାବେଳେ ଧୋନୀ କଳା ରଙ୍ଗର ସର୍ଟ ପିନ୍ଧଥିଲେ। ଜିଭା ସହ ନିକଟରେ ଥିବା କୂଳଦେବତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଦ୍ବିପ୍ରହରରେ ପୈତୃକ ଘରେ ବିଶ୍ରାମ ନେଇଥିଲେ। ଲ୍ବାଲି କଣ ପାଇଁ ଯାଇଥିଲେ ଆପଣ ବୁଝିପାରିଲେ ତ? ଧୋନୀଙ୍କ ପିତା ହେଉଛନ୍ତି ଲ୍ବାଲିର ମୂଳନିବାସୀ। ୧୯୭୦ ମସିହାରେ ଧୋନୀଙ୍କ ଗାଁ ଛାଡ଼ି ରାଞ୍ଚିରେ ଅବସ୍ଥାନ କରିଥିଲେ। କିନ୍ତୁ ତାଙ୍କର ଜ୍ଞାତି, ପରିଜନ ଏବେବି ପାହାଡ଼ି ଗାଁ ଲ୍ବାଲିରେ ରହୁଛନ୍ତି। ମାହିଙ୍କ ଜନ୍ମ ରାଞ୍ଚିରେ ହୋଇଥିଲା। ସେ ସେହିଠାରେ ହିଁ ପାଠ ପଢ଼ିବା ସହ କ୍ରିକେଟ ଅଭ୍ୟାସ କରି ଦେଶ ପାଇଁ ଖେଳିଥିଲେ। କହିବାର ଗୋଟିଏ କଥା ହେଉଛି ଗାଁରେ ଧୋନୀ ତାଙ୍କ ସମ୍ପର୍କୀୟଙ୍କୁ ଯେଉଁଭଳି ସମ୍ମାନ ଦେଇଥିଲେ ଏବଂ ସମସ୍ତଙ୍କ ପାଦ ଛୁଇଁଥିଲେ ତାହା ସମସ୍ତଙ୍କ ହୃଦୟ କିଣିନେଇଥିଲା। ଏତେ ବଡ଼ ଖେଳାଳି ହେଲେ ବି ଧୋନୀଙ୍କର ଉତ୍ତମ ବ୍ୟବହାର ଯୋଗୁ ଲୋକେ ଏବେବି ତାଙ୍କୁ ଦେଖିବାକୁ ଖୋଜନ୍ତି।

Argus Whatsapp Channel Mobile Top
Sponsored
India's former star | Argus News