Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୩୮ବର୍ଷରେ ପଦାର୍ପଣ କଲେ ଭାରତର ହିଟମ୍ୟାନ ରୋହିତ ଶର୍ମା

Sports

୩୮ବର୍ଷରେ ପଦାର୍ପଣ କଲେ ଭାରତର ହିଟମ୍ୟାନ ରୋହିତ ଶର୍ମା

Ritu Das
Browse all articles by Ritu Das
·1 year ago·2 min read
୩୮ବର୍ଷରେ ପଦାର୍ପଣ କଲେ ଭାରତର ହିଟମ୍ୟାନ ରୋହିତ ଶର୍ମା

ଭାରତୀୟ ଦଳର ଅଧିନାୟକ ଏବଂ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତରେ ରୋହିତଙ୍କର କ୍ରେଜ କହିଲେ ନ ସରେ। ସାରା ଦୁନିଆ ତାଙ୍କ ଦିଓ୍ବାନା। କ୍ରିକେଟ ଜଗତରେ ହିଟମ୍ୟାନ୍ ଭାବରେ ଜଣାଶୁଣା ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ୍ ଖେଳୁଛନ୍ତି। ରୋହିତ ଶର୍ମା ହେଉଛନ୍ତି ସେହି ବ୍ୟାଟସମ୍ୟାନ ଯିଏ ନିଜ ବ୍ୟାଟର ଶକ୍ତିରେ ବୋଲରମାନଙ୍କୁ କଠିନ ପରିସ୍ଥିତିରେ ପକାଇଛନ୍ତି। ରୋହିତ ଶର୍ମା ନିଜର ଚମତ୍କାର ବ୍ୟାଟିଂ ବଳରେ ଅନେକ ବଡ଼ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ରୋହିତ ଶର୍ମା କ୍ରିକେଟ ଜଗତରେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ନୁହେଁ ବରଂ ଜଣେ ଅଫ୍-ସ୍ପିନର ଭାବରେ ଡେବ୍ୟୁ କରିଥିଲେ।


ରୋହିତଙ୍କ ଜନ୍ମ ୩୦ ଏପ୍ରିଲ ୧୯୮୭ରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ବନସୋଡରେ ହୋଇଥିଲା। ତାଙ୍କ ବାପା ଗୁରୁନାଥ ଶର୍ମା ଏକ ଟ୍ରାନ୍ସପୋର୍ଟ ଅଫିସରେ କାମ କରୁଥିଲେ। ତାଙ୍କ ମାତାଙ୍କ ନାମ ପୂର୍ଣ୍ଣିମା ଶର୍ମା। ତାଙ୍କର ସମ୍ପୂର୍ଣ୍ଣ ନାମ ରୋହିତ ଗୁରୁନାଥ ଶର୍ମା। ରୋହିତଙ୍କୁ ପିଲାଦିନେ ଦାରିଦ୍ର୍ୟ ଏବଂ ଆର୍ଥିକ ଅସୁବିଧାର ବହୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆର୍ଥିକ ଅନାଟନ ଯୋଗୁଁ, ରୋହିତଙ୍କ ଶୈଶବ ତାଙ୍କ ଜେଜେବାପାଙ୍କ ପାଖରେ ବିତିଥିଲା। ରୋହିତ ପିଲାଦିନୁ କ୍ରିକେଟରେ ବହୁତ ଆଗ୍ରହୀ ଥିଲେ। ଏହା ପରେ ତାଙ୍କ କାକା ତାଙ୍କୁ ଏକ କ୍ରିକେଟ ଶିବିରରେ ନାମ ଲେଖାଇ ଦେଲେ। ତାଙ୍କ ପ୍ରଶିକ୍ଷକ ତାଙ୍କୁ ତାଙ୍କ ସ୍କୁଲ ପରିବର୍ତ୍ତନ କରିବାକୁ ବାଧ୍ୟ କଲେ। ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଡମିଶନ ନେବା ପରେ, ତାଙ୍କ ପ୍ରଶିକ୍ଷକ ଦିନେଶ ଲାଡ ତାଙ୍କର ସ୍କୁଲ ଫିସ୍ ଛାଡ଼ କରିଥିଲେ। ଏହା ପରେ, ରୋହିତ ନିଜର କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସରେ ଅଣ୍ଡର-14 , ଅଣ୍ଡର-15 ଏବଂ ଅଣ୍ଡର-19 ଟିମରେ ସ୍ଥାନ ପାଇଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୦୭ ମସିହାରେ, ରୋହିତ ଆୟରଲ୍ୟାଣ୍ଡ ବିପକ୍ଷରେ ଏକ ODI ମ୍ୟାଚ୍ ଖେଳି ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କ ଦକ୍ଷତା ଆଧାରରେ, ରୋହିତଙ୍କୁ ସେହି ବର୍ଷ ଖେଳାଯାଇଥିବା ପ୍ରଥମ T20 ବିଶ୍ୱକପ୍ ପାଇଁ ମଧ୍ୟ ଚୟନ କରାଯାଇଥିଲା। କାହିଁକି ହେଲେ ହିଟମ୍ୟାନ? ଟୁର୍ଣ୍ଣାମେଣ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ, ରୋହିତ ପାକିସ୍ତାନ ବିପକ୍ଷ ଫାଇନାଲରେ 16 ବଲ୍ ରେ 30 ରନ୍ କରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଗ୍ରହଣ କରିଥିଲେ। ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ, ବିଶେଷକରି ଛକା ମାରିବାର କ୍ଷମତା ପାଇଁ “ହିଟମ୍ୟାନ୍” ଭାବରେ ଜଣାଶୁଣା। ସେ କ୍ରିକେଟର ତିନୋଟି ଫର୍ମାଟରେ ଲଗାତାର ଛକା ମାରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଚମତ୍କାର ବ୍ୟାଟିଂ ଦେଖି ରବି ଶାସ୍ତ୍ରୀ ତାଙ୍କୁ “ଦି ହିଟମ୍ୟାନ” ନାମ ଦେଇଥିଲେ।

Sponsored
indias-hitman-rohit-sharma-celebrates-his-38th-birthday | Argus News