Videos
|
Sports

ପ୍ୟାରିସରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି,ଭାଙ୍ଗିଲା ଟୋକିଓ ପଦକ ରେକର୍ଡ

Sangram Tripathy
Browse all articles by Sangram Tripathy
·2 years ago·1 min read
ପ୍ୟାରିସରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି,ଭାଙ୍ଗିଲା ଟୋକିଓ ପଦକ ରେକର୍ଡ

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତର ପଦକ ବର୍ଷା। ପଦକ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି। ୧୦ମ ଦିନରେ ଭାରତକୁ ମିଳିଛି ୨ଟି ମେଡାଲ, କମାଲ କରିଛନ୍ତି ନବଦୀପ ଏବଂ ସିମରନ ଶର୍ମା। ପୁରୁଷ ଜାଭେଲିନ ଥ୍ରୋ ଏଫ୍ ୪୧ ବିଭାଗରେ ନଭଦୀପ ସିଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ମେଡାଲ ହାତେଇଥିଲେ,ଇରାନର ବିଟ୍ ସାୟା ସାଜେଦ ୪୭.୬୪ ମିଟର ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ,କିନ୍ତୁ ସେ ଆଯୋଗ୍ୟ ଘୋଷିତ ହେବା ପରେ ନଭଦୀପଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।  

ନବଦୀପ ୪୭.୩୨ ମିଟରର ପର୍ସନାଲ ବେଷ୍ଟ ଥ୍ରୋ କରିଥିଲେ। ସେହିଭଳି ସେହିପରି ସିମରନ ଶର୍ମା ଓମେନ ୨୦୦ ମିଟର ଟି୧୨ର ଇଭେଣ୍ଟ ଫାଇନାଲରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ କବଜା କରିଛନ୍ତି।  ସିମରନ ୨୪.୭୫ର ପର୍ସନାଲ ବେଷ୍ଟ ସହ ରେସକୁ ଶେଷ କରିଥିଲେ। ଟୋକିଓ ପାରଅଲମ୍ପିକ୍ସ ୨୦୨୦ରେ ଭାରତ ୫ ସ୍ବର୍ଣ୍ଣ,୮ ରୌପ୍ୟ,୬ କାଂସ୍ୟ ସହ ମୋଟ ୧୯ ପଦକ ଜିତିଥିବାବେଳେ ୨୦୨୪ ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତ ପୂର୍ବ ରେକର୍ଡ ଭାଙ୍ଗିଛି ବର୍ତ୍ତମାନ ସୁଦ୍ଧା ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ସେଥିରେ ୬ ସ୍ବର୍ଣ୍ଣ,୯ ରୌପ୍ୟ,୧୪ କାଂସ୍ୟ ରହିଛି

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: