Videos
|
Sports

ଭାରତକୁ ଦ୍ୱିତୀୟ ଗୋଲ୍ଡ: ବ୍ୟାଡମିଣ୍ଟନରେ ବ୍ରିଟେନ ଖେଳାଳିଙ୍କୁ ହରାଇଲେ ନିତେଶ କୁମାର

Ritu Das
Browse all articles by Ritu Das
·1 year ago
ଭାରତକୁ ଦ୍ୱିତୀୟ ଗୋଲ୍ଡ: ବ୍ୟାଡମିଣ୍ଟନରେ ବ୍ରିଟେନ ଖେଳାଳିଙ୍କୁ ହରାଇଲେ ନିତେଶ କୁମାର

ଅର୍ଗସ ବ୍ୟୁରୋ: ନିତେଶ କୁମାର ପାରାଅଲିମ୍ପିକ୍ସ ୨୦୨୪ରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ସେ ବ୍ୟାଟମିଣ୍ଟନର ମେନ୍ସ ସିଙ୍ଗଲ୍ସ ଏସଏଲ୩ କାଟାଗୋରୀରେ ଗ୍ରେଟ ବ୍ରିଟେନର ଡେନିୟଲ ବେଥେଲଙ୍କୁ ୨୧-୧୪,୧୮-୨୧,୨୩-୨୧ ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଅଲିମ୍ପକି୍‌ସ ୨୦୨୪ରେ ଗୋଲ୍ଡ ମେଡାଲ ଜିତିଥିବା ଦ୍ୱିତୀୟ ଭାରତୀୟ ଅଥଲେଟ ହୋଇଛନ୍ତି। ୨୦୨୪ ପାରାଅଲିମ୍ପିକ୍ସ ଖେଳରେ ଭାରତ ସମୁଦାୟ ନବମ ମେଡାଲ ବିଜୟ ଲାଭ କରିଛି।

ନିତେଶ ପ୍ରଥମଥର ପାରାଅଲିମ୍ପିକ୍ସ ଖେଳରେ ଭାଗ ନେଇଥିଲେ ଏବଂ ସେ ପ୍ରଥମଥର ହିଁ ଗୋଲ୍ଡ ମେଡାଲକୁ ଟାର୍ଗେଟ କରି ଇତିହାସ ରଚିଛନ୍ତି। ସେ ବର୍ତ୍ତମାନ ପାରାଅଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ଗୋଲ୍ଡ ମେଡାଲ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ ହୋଇଛନ୍ତି। ତାଙ୍କଠାରୁ ପୂର୍ବ ଟୋକିଓ ପାରାଅଲିମ୍ପିକ୍ସରେ ପ୍ରମୋଦ ଭଗତ ଏବଂ କୃଷ୍ଣା ନାଗର ମେନ୍ସ ସିଙ୍ଗଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's second | Argus News