କ୍ଲିନ ସୁଇପ ସହ ସୁପର ଓଭରରେ ଭାରତର ରୋମାଞ୍ଚକର ବିଜୟ,ଶ୍ରୀଲଙ୍କା ପରାସ୍ତ

ଅର୍ଗସ ବ୍ୟୁରୋ:ରେକର୍ଡ କଲା ଭାରତ,ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦କୁ ସୁପର ଓଭରରେ ନାଟକୀୟ ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ,ମାଟି କାମୁଡିଛି ଶ୍ରୀଲଙ୍କା,ଶେଷ ଓଭରରେ ୬ ରନ୍ ବି କରିପାରିଲାନି ଦଳ ,ରିଙ୍କୁ ସିଂ ଗୋଟିଏ ଓଭର ୩ ରନ୍ ଦେଇ ୨ ଏବଂ ସୂର୍ଯ୍ୟକୁମାର ଯାଦବ ୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ, ସୂର୍ଯ୍ୟକୁମାର-ରିଙ୍କୁଙ୍କ ଶାଣିଂତ ବୋଲିଂରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା,ବାଜି ମାରିନେଇଥିଲା ଭାରତ ।
ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଉଭୟ ଦଳ ୧୩୭ ରନରେ ଅଟକିବା ପରେ ମ୍ୟାଚ୍ ଟାଇ ହୋଇଥିଲା। ସୁପର ଓଭର୍ରେ ଶ୍ରୀଲଙ୍କା ମାତ୍ର ୨ ରନ୍ କରିଥିଲା। ଭାରତ ପ୍ରଥମ ବଲ୍ରେ ଚୌକାମାରି ଭାରତକୁ ବିଜୟ ଭେଟିଦେଇଥିଲେ ସୂର୍ଯ୍ୟକୁମାର। ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲରେ ୨ ରନ୍ ଦେଇ ୨ ୱିକେଟ୍ ହାସଲ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି ।
ସୂର୍ଯ୍ୟକୁମାର ହେଡ୍ କୋଚ ଗମ୍ଭୀରଙ୍କ ଯୋଡି ସିରିଜକୁ ୩-୦ରେ ମୂଳପୋଛ କରି ରେକର୍ଡ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୪୩ ରନରେ,ଦ୍ବିତୀୟ ମ୍ୟାଚକୁ ଭାରତ ୭ ୱିକେଟ୍ ବିଜୟ ହାସଲ କରିଥିଲା। ଆଗକୁ ଶ୍ରୀଲଙ୍କାରେ ଭାରତ ରୋହିତଙ୍କ ଅଧିନାୟକତ୍ବରେ ୩ଟି ଦିନିକିଆ ସିରିଜ୍ ଖେଳିବ
📱 Get Argus News App
✨