Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

Sports

ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

Ritu Das
Browse all articles by Ritu Das
·2 years ago·1 min read
ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ

ଅର୍ଗସ ବ୍ୟୁରୋ: ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ। ଚତୁର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ। ସିରିଜ୍‌ର ଗୋଟିଏ ମ୍ୟାଚ ବାକି ଥାଇ ଭାରତ ୩-୧ରେ ଆଗୁଆ ରହିଛି। ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ । ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରିଥିଲେ। 

୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ସିରିଜ ହାତେଇଛି ରୋହିତ ବାହିନୀ । ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୦୭ ରନ୍ କରି ୪୬ ରନରେ ପଛୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁଗରୀ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲେ ଇଂଲଣ୍ଡର ବ୍ୟାଟର । ମାତ୍ର ୧୪୫ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଯାହା ଫଳରେ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଯାହାକୁ ବେଶ ସହଜରେ ହାସଲ କରିଛି ଟିମ୍ ଇଣ୍ଡିଆ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
India's thrilling | Argus News