Videos
|
Sports

ଉନ୍ମୋଚିତ ହେଲା ଭାରତର ବିଶ୍ବକପ ଜର୍ସି

Ritu Das
Browse all articles by Ritu Das
·2 years ago
ଉନ୍ମୋଚିତ ହେଲା ଭାରତର ବିଶ୍ବକପ ଜର୍ସି

ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଛି। ଭିଡିଓରେ ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟର୍‌ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳୁଛି। 

ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍‌ର ତିନିଟି ଟ୍ରେଡମାର୍କ ଷ୍ଟାଇପ୍ ହେଉଛି ଧଳାରଙ୍ଗର।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's World Cup | Argus News