Videos
|
Sports

ଭାରତର ଡବ୍ଲ୍ୟୁଟିସି ପାଇନାଲ ଗଣିତ ବିଗାଡିବେ ବର୍ଷା-ଶ୍ରୀଲଙ୍କା!

Sangram Tripathy
Browse all articles by Sangram Tripathy
·1 year ago·2 min read
ଭାରତର ଡବ୍ଲ୍ୟୁଟିସି ପାଇନାଲ ଗଣିତ ବିଗାଡିବେ ବର୍ଷା-ଶ୍ରୀଲଙ୍କା!

ଅର୍ଗସ ବ୍ୟୁରୋ:ଭାରତକୁ ଟେନସନ ଦେଉଛି ବର୍ଷା-ଶ୍ରୀଲଙ୍କା,ରୋହିତଙ୍କୁ ଘାରିଛି ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଚିନ୍ତା,ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆଦ୍ବିତୀୟରେ ରହିଛି ଅଷ୍ଟ୍ରେଲିଆ ,ତଥାପି ଭାରତୀୟ ଦଳ ଫାଇନାଲ ଖେଳିବା ନେଇ ସୃଷ୍ଟି ହୋଇଛି ଆଶଙ୍କା,ବିଗିଡିବାରେ ଲାଗିଛି ସମୀକରଣ। ଭାରତ ଆଗରେଦୁଇଟି ପ୍ରତିବନ୍ଧକ ଥିବାବେଳେ ଫାଇନାଲ ଖେଳିବା ପାଇଁ  କେବଳ ଗୋଟିଏ ମାତ୍ର ରାସ୍ତା ରହିଛି । ଯଦି ଏହି ସୁଯୋଗକୁ ଟିମ୍ ଇଣ୍ଡିଆ ହାତଛଡ଼ା କରୁଛି  ତେବେ ୨୫ରେ ଡବ୍ଲ୍ୟୁଟିସି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇପାରେ,ଏକଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।ବର୍ଷା ଓ ଶ୍ରୀଲଙ୍କା ଟିମ୍ ଏବେ ଭାରତର ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ବର୍ଷାଲାଗି ଗୋଟିଏ ଦିନ ଖେଳ ବନ୍ଦ ରହିଥିଲା,ମ୍ୟାଚ୍ ବାତିଲ ହେବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଥିଲା ଅବଶ୍ୟ ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା,ନ୍ୟୁଜିଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଶ୍ରୀଲଙ୍କା ୨-୦ରେ କ୍ଲିନ୍ ସ୍ୱିପ କରିବା ପରେ ଦଳ ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ରହିଛି। ସେହିପରି ଏହି ପରାଜୟ ପରେ ନ୍ୟୁଜିଲାଣ୍ଡ ୪ ନମ୍ବର ସ୍ଥାନରୁ ସିଧାସଳଖ ୭ ନମ୍ବର ସ୍ଥାନକୁ ଖସିଆସିଛି ।


ଆଗକୁ ଶ୍ରୀଲଙ୍କା ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ଖେଳିବ । ତେଣୁ ଶ୍ରୀଲଙ୍କା ଯଦି ଏହି ଦୁଇଟି ଟେଷ୍ଟ ସିରିଜରେ ବିଜୟୀ ହୁଏ ତେବେ ସେ ଡବ୍ଲ୍ୟୁଟିସି ଫାଇନାଲରେ ସ୍ଥାନ ପକ୍କା କରିପାରେ । ଏଭଳି ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତ ଓ ଅଷ୍ଟ୍ରେଲିଆ ଏବେ ବଡ଼ ଚାପରେ ରହିଛନ୍ତି । କାରଣ ଶ୍ରୀଲଙ୍କା ଯଦି ଫାଇନାଲ ଖେଳିବ ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଗୋଟିଏ ଟିମକୁ ଫାଇନାଲ ଖେଳିବାରୁ ବଞ୍ଚିତ ହେବାକୁ ପଡ଼ିବ ।କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟିରେ ଜିତିବାକୁ ପଡ଼ିବ ନଚେତ ଫାଇନାଲରେ ପହଞ୍ଚିବାକୁ  ହେଲେ ଭାରତକୁ ଅନ୍ୟ କୌଣସି ଟିମର ବିଜୟ ଏବଂ  ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିବ ।

ସବୁଠୁ ବଡ଼ କଥା ହେଉଛି ଆଗାମୀ ୮ଟି ମ୍ୟାଚରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ତେଣୁ ଫାଇନାଲରେ ପହଞ୍ଚିବାକୁ ହେଲେ ରୋହିତ ବାହିନୀକୁ କଡ଼ା ଟକ୍କର ଦେବାକୁ ପଡ଼ିବ । ବାଂଲାଦେଶକୁ ୨୮୦ ରନ୍‌ରେ ପରାସ୍ତ କରି ଭାରତ ଚେନ୍ନାଇରେ ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। କାନପୁରରେ ଚାଲିଥିବା ଦ୍ବିତୀୟ ମ୍ୟାଚ୍  ଉପରେ ସମସ୍ତ ନଜର ରହିଛି । ରୋହିତ ସେନା ୨୫ରେ ଖେଳାଯିବା ଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ଖେଳୁ ବିଜୟ ହାସଲ କରୁବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's WTC Final Mathematics will be spoiled by rain-Sri Lanka! | Argus News