Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରେରଣାଦାୟୀ କାହାଣୀ - ଡଷ୍ଟବିନରୁ ବିଶ୍ୱ ଚାମ୍ପିଅନସିପ୍ ପର୍ଯ୍ୟନ୍ତ!

Sports

ପ୍ରେରଣାଦାୟୀ କାହାଣୀ - ଡଷ୍ଟବିନରୁ ବିଶ୍ୱ ଚାମ୍ପିଅନସିପ୍ ପର୍ଯ୍ୟନ୍ତ!

Ritu Das
Browse all articles by Ritu Das
·1 year ago·3 min read
ପ୍ରେରଣାଦାୟୀ କାହାଣୀ - ଡଷ୍ଟବିନରୁ ବିଶ୍ୱ ଚାମ୍ପିଅନସିପ୍ ପର୍ଯ୍ୟନ୍ତ!

ସନ୍ତାନଟିଏ ପାଇବା ପାଇଁ ବାପା ମା' କେତେ ଦିଅଁ ଦେବତାଙ୍କୁ ଡାକନ୍ତି। ୧୨ ବ୍ରତ ତେର ଓଷା କରନ୍ତି। କେତେବେଳେ ସଫଳ ହୁଅନ୍ତି ତ ଆଉ କେତେବେଳେ ନାହିଁ। ହେଲେ ଦୁନିଆରେ କିଛି ଲୋକ ଅଛନ୍ତି ନିଜ ପାପ ପାଇଁ ହେଉ କି ସୁବିଧା ପାଇଁ ହେଉ ନିଜ ଜନ୍ମ କଲା ପିଲାକୁ ବି ଡଷ୍ଟବିନରେ ପକାଇବାକୁ ପଛନ୍ତାନି। ଏମିତି ଘଟଣା ଆପଣ ସିନେମା କି ସିରିୟଲରେ କେବେ ନା କେବେ ଦେଖିଥିବେ। ଆମେ ଆଜି ଆପଣଙ୍କୁ ସେମିତି ଏକ ସତ ଘଟଣା କହୁଛୁ ଯାହା ଆପଣଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ହେବ।
ଜନ୍ମ ହେବା ମାତ୍ରେ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିବା ଝିଅଟି ଆଜି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ। ମହାରାଷ୍ଟ୍ରର ପୁଣେରେ ଶ୍ରୀବାସ୍ତବ ଅନାଥ ଆଶ୍ରମ ରହିଛି। ୧୯୭୯ ମସିହା ଅଗଷ୍ଟ ୧୩ ତାରିଖରେ କୌଣସି ଏକ ସହରରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ସେ ଜନ୍ମ ହେବା ମାତ୍ରେ ତାଙ୍କ ପିତାମାତା ତାଙ୍କୁ ଅନାଥ ଆଶ୍ରମ ବାହାରେ ଥିବା ଏକ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ। ଛୁଆର କୁଆଁ କୁଆଁ କାନ୍ଦ ଶୁଣି ଅନାଥ ଆଶ୍ରମର ପରିଚାଳକ ଦୌଡି ଆସିଥିଲେ। ଆଉ କୋଳେଇ ନେଇଥିଲେ ସେହି କୁନି ଛୁଆଟିକୁ। ଏହି ସୁନ୍ଦର କୁନି ଝିଅର ନାମ ଲୈଲା ରଖିଥିଲେ ।
ସେହି ସମୟରେ ହରେନ୍ ଓ ସୁ ନାମକ ଜଣେ ଆମେରିକୀୟ ଦମ୍ପତି ଭାରତ ବୁଲିବାକୁ ଆସିଥିଲେ। ଯଦିଓ ସେମାନଙ୍କ ପରିବାରରେ ପୂର୍ବରୁ ଗୋଟିଏ ଝିଅ ଥିଲା, ତଥାପି ସେମାନେ ଏକ ପୁଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଭାରତ ଆସିଥିଲେ। ସେମାନେ ଏକ ସୁନ୍ଦର ପୁଅକୁ ଖୋଜିବା ପାଇଁ ଏହି ଆଶ୍ରମକୁ ଆସିଥିଲେ । ସେମାନେ କୌଣସି ପୁଅ ପାଇ ନ ଥିଲେ, କିନ୍ତୁ ସୁ'ଙ୍କ ନଜର ଲୈଲାଙ୍କ ଉପରେ ପଡ଼ିଥିଲା। ଝିଅର ଉଜ୍ଜ୍ୱଳ ବାଦାମୀ ଆଖି ଓ ନିରୀହ ଚେହେରା ଦେଖି ସେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।
ଆଇନଗତ କାମ ସାରି ସେ ଲିଗାଲି ଉକ୍ତ ନାବାଳିକାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସୁ ତାଙ୍କ ନାମ ବଦଳାଇ ଲୈଲାରୁ 'ଲିଜ୍' ରଖିଲେ। ଏହାପରେ ସେମାନେ ଆମେରିକା ଫେରିଗଲେ, କିନ୍ତୁ କିଛି ବର୍ଷ ପରେ ସେମାନେ ସିଡନୀରେ ସ୍ଥାୟୀ ଭାବେ ବସବାସ କଲେ।
ବାପା ନିଜ ଝିଅକୁ କ୍ରିକେଟ ଖେଳିବା ଶିଖାଇଥିଲେ ଏବଂ ଘରର ପାର୍କରେ ଖେଳିବାଠାରୁ ଆରମ୍ଭ କରି ରାସ୍ତାରେ ପୁଅମାନଙ୍କ ସହ ଖେଳିବା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିଥିଲା। ଧିରେ ଧିରେ କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା, କିନ୍ତୁ ସେ ପାଠପଢ଼ା ଛାଡ଼ିନଥିଲେ। ସେ ପାଠ ପଢ଼ା ମଧ୍ୟ ଶେଷ କରିଥିଲେ। ଭଲ ସୁଯୋଗ ପାଇ ପାଠପଢ଼ା ଶେଷ କରି ଆଗକୁ ବଢ଼ିଲେ। ପ୍ରଥମେ ସେ କଥା ହେଉଥିଲେ, ତା'ପରେ ତାଙ୍କ ବ୍ୟାଟ୍ କଥା କହିବା ଆରମ୍ଭ କରିଥିଲା ଆଉ ତା'ପରେ ତାଙ୍କ ଖେଳର ରେକର୍ଡ କହିବା ଆରମ୍ଭ କଲା।
୧୯୯୭ ମସିହାରେ ନ୍ୟୁ ସାଉଥ ୱେଲ୍ସ ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୦୧ ମସିହାରେ ଅଷ୍ଟ୍ରେଲିଆର ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ। ୨୦୦୩ ମସିହାରେ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ।
୨୦୦୫ ମସିହାରେ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ।
ଲିସା ଷ୍ଟାଲେକର ୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ ୪୧୬ ରନ୍ କରିଥିଲେ। ଏବଂ ୨୩ ୱିକେଟ୍ ନେଇଥିଲେ। ସେହିପରି ୧୨୫ ଦିନିକିଆ ଖେଳିବା ସହ ୨୭୨୮ ରନ୍ ଏବଂ ୧୪୬ ୱିକେଟ୍ ନେଇଛନ୍ତି ଲିଜ୍‌ ଓରଫ୍ ଲୈଲା । ସେ ୫୪ଟି ଟି-୨୦ ଖେଳି ୭୬୯ ରନ ଏବଂ ୬୦ ଓ୍ବିକେଟ ମଧ୍ୟ ସଂଗ୍ରହ କରିଛନ୍ତି ।
ପ୍ରଥମ ମହିଳା କ୍ରିକେଟର ଭାବେ ୧୦୦୦ ରନ କରିବା ସହ ଦିନିକିଆରେ ୧୦୦ ଓ୍ବିକେଟ ନେବାରେ ସେ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ଟିମ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଆଇସିସିର ମାନ୍ୟତା ବ୍ୟବସ୍ଥା ଆରମ୍ଭ ହେବା ବେଳକୁ ସେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ଥିଲେ। ୨୦୧୩ରେ ତାଙ୍କ ଦଳ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା, ପରଦିନ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା'ର ହଲ୍ ଅଫ୍ ଫେମ୍‌ରେ ଲିସା ଷ୍ଟାଲେକରଙ୍କୁ ସାମିଲ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Inspiring Story - From Dustbin to World Championship! | Argus News