Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇପିଏଲ୍‌-୨୦୨୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

Sports

ଆଇପିଏଲ୍‌-୨୦୨୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

Ritu Das
Browse all articles by Ritu Das
·2 years ago·2 min read
ଆଇପିଏଲ୍‌-୨୦୨୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଅର୍ଗସ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ରବିବାର ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୨୦ ରନ୍‌ରେ ପରାସ୍ତ କରିଛି। ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ  କରିଛି।

ଲକ୍ଷ୍ନୌ ପାଇଁ ନିକୋଲାସ୍‌ ପୁରନ୍‌ ସର୍ବାଧିକ ଓ ଅପରାଜିତ ୬୪ ରନ୍‌ ସଂଗ୍ରହ କରିଥିଲେ। ସେ ୪୧ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଅଧିନାୟକ କେଏଲ୍‌ ରାହୁଲ ୪୪ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ୫୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଦୀପକ ଚାହର ୧୩ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୬ ରନ୍‌ କରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍‌ ‌ଅକ୍ତିଆର କରିଥିବା ବେଳେ ନନ୍ଦ୍ରେ ବୁରଗେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ ଓ ସନ୍ଦୀପ ଶର୍ମା ଜଣେ ଲେଖାଏଁ ଖେଳାଳିଙ୍କୁ ଆଉଟ୍‌ କରିଥିଲେ।

ସ୍ଥାନୀୟ ସୱାଇ ମାନସିଂହ ଷ୍ଟାଡିୟମରେ ରବିବାର ସଜୁ ସାମସନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ରେ ୪ଟି ୱିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଲକ୍ଷ୍ନୌକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଟସ୍‌ ଜିଣି ଘରୋଇ ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯୁବବ୍ୟାଟର ଯଶସ୍ବୀ ଜୟସ୍ବାଲ (୨୪ ରନ୍‌) ଓ ଜୋସ୍‌ ବଟଲର (୧୧ରନ୍‌) ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆଉଟ୍‌ ହୋଇ କ୍ରିଜ୍‌ ଛାଡ଼ିବା ପୂର୍ବରୁ ରାଜସ୍ଥାନ ୪୯ ରନ୍‌ ସଂଗ୍ରହ କରିଥିଲା। ଦଳ ୧୩ ରନ୍‌ରେ ପ୍ରଥମ ୱିକେଟ୍‌ ଭାବେ ବଟଲରଙ୍କୁ ହରାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜସ୍ଥାନ ପାଇଁ ସଂଜୁ ସାମସନ୍‌ ସର୍ବାଧିକ ବ୍ୟକ୍ତି‌ଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ବଳରେ ଅପରାଜିତ ରହି ୮୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ରିୟାନ ପରାଗ ୨୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୩ଟି ଛକା ବଳରେ ୪୩ ରନ୍‌ ଯୋଡ଼ିଥିଲେ। ସିମରନ୍‌ ହେଟ୍‌ମେୟର ୭ଟି ବଲ୍‌ରୁ ୫ ରନ୍‌ ସଂଗ୍ରହ କରିଥିଲେ। ଧ୍ରୁବ ଜୁରେଲଙ୍କ ବ୍ୟାଟ୍‌ରୁ ୨୦ ରନ୍‌ ସଂଗୃହୀତ ହୋଇଥିଲା। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
IPL-2024: | Argus News