Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇପିଏଲ-୨୦୨୪: ଶୁଭମନ ଗିଲ ହେଲେ ଗୁଜରାଟ ଟାଇଟାନ୍ସର କ୍ୟାପଟେନ

Sports

ଆଇପିଏଲ-୨୦୨୪: ଶୁଭମନ ଗିଲ ହେଲେ ଗୁଜରାଟ ଟାଇଟାନ୍ସର କ୍ୟାପଟେନ

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲ-୨୦୨୪: ଶୁଭମନ ଗିଲ ହେଲେ ଗୁଜରାଟ ଟାଇଟାନ୍ସର କ୍ୟାପଟେନ

ଅର୍ଗସ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପଇଁ ବିଭିନ୍ନ ଟିମଗୁଡିକ ଖେଳାଳିଙ୍କ ରଖିବା ଓ ଛାଡ଼ିବାର ତାଲିକା ପ୍ରକାଶ କରିଛନ୍ତି। ତାଲିକାରୁ ଜଣାପଡ଼ିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ହାତ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଏକ ନୂଆ ଅଧିନାୟକ ବାଛିଚି। ଗୁଜରାଟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଅଧିକାରୀକ ଘୋଷଣା ମଧ୍ୟ କରାଯାଇଛି। ଏହ ଗିଲଙ୍କୁ ନେଇ ଏକ ଖୁସି ଖବର। ଏ ଖବର ଶୁଣିବାପରେ କ୍ରିକେଟ ଫ୍ୟାନମାନେ ଖୁସି ହୋଇଯାଇଛନ୍ତି। 

ସୂଚନା ମୁତାବକ, ଆଇପିଏଲ୍‌ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ। ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ପାଣ୍ଡ୍ୟାଙ୍କ ନାମ ରହିଥିଲା। କିନ୍ତୁ ମୁମ୍ବାଇ ତାଙ୍କୁ ଗୁଜରାଟଠାରୁ କିଣି ନେଇଥିଲା। ଏବେ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ବଦଳରେ ମୁମ୍ବାଇ, ଗୁଜରାଟକୁ ବିପୁଳ ଟଙ୍କା ଦେବ। ତେବେ ପାଣ୍ଡ୍ୟା ଯିବା ପରେ ଏବେ ଗିଲଙ୍କୁ ଅଧିନାୟକତ୍ବ ମିଳିଛି। ଏହି ଦାୟିତ୍ବ ସେ କିଭଳି ତୁଲାଇବେ ତାହା ଦେଖିବାକୁ ବାକି ରହିଲା।

ସୂଚନା ଥାଉ କି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨୦୨୨ମସିହାରେ ଗୁଜରାଟ ଟାଇଟନ୍ସର ଅଧିନାୟକ କରାଯାଇଥିଲା। ସେହି ବର୍ଷ ଦଳ ମଧ୍ୟ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
IPL-2024: Shubhaman | Argus News