ପଞ୍ଜାବ କିଙ୍ଗସ୍ କୁ ୧୯୧ ରନ୍ ର ଟାର୍ଗେଟ୍

Key Points
IPL-୨୦୨୫ର ଫାଇନାଲ ଟକ୍କର
୯ ଓ୍ଵିକେଟ୍ ହରାଇ ୧୯୦ ରନ ସଂଗ୍ରହ କରିଛି pbk
ପଞ୍ଜାବକୁ ୧୯୧ ରନ୍ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ
IPL-୨୦୨୫ର ଫାଇନାଲ ଟକ୍କର । ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୦ ରନ ସଂଗ୍ରହ କରିଛି । ପ୍ରଥମରୁ ଆଟାକିଂ ମୋଡ୍ ରେ ଥିବା ସତ୍ତ୍ୱେ ବି ୨୦୦ ରନ୍ କରିପାରିଲା ନାହିଁ ଆରସିବି । ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇ ନାହାନ୍ତି । ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୩ ରନ କରିଛନ୍ତି । ଅନ୍ୟ ବ୍ୟାଟରଙ୍କ ରନ୍ ଦ୍ୱାରା ବେଙ୍ଗାଲୁରୁ ୧୯୦ ରନ ରେ ସୀମିତ ରହିଛି । ଟାଇଟଲ ଜିତିବା ପାଇଁ ପଞ୍ଜାବ କିଙ୍ଗସକୁ କରିବାକୁ ପଡିବ ୧୯୧ ରନ୍ ।
ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୪୦ ରନ ଦେଇ ୩ଟି ଓ୍ଵିକେଟ୍ ଓ କାଇଲ ଜେମିଶନ ୪୮ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି ।
📱 Get Argus News App
✨ଇଣ୍ଡିଆନ ପ୍ରିମିୟର ଲିଗ୍କୁ ଏଥର ମିଳିବ ନୂଆ ବିଜେତା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଚାଲିଛି ଫାଇନାଲ ମ୍ୟାଚ୍ । ଟାଇଟଲ ମୁକାବିଲାରେ ପଞ୍ଜାବ କିଙ୍ଗସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଚାଲିଛି ମୁକାବିଲା ।