Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL 2025 ; RCB ବିଜୟ ପରେ କୋହଲିଙ୍କ ଆଖିରେ ଖୁସିର ଲୁହ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
IPL 2025 ; RCB ବିଜୟ ପରେ କୋହଲିଙ୍କ ଆଖିରେ ଖୁସିର ଲୁହ

Key Points

ବିଜୟ ଆମ ଦଳର ଯେତିକି, ଆମ ପ୍ରଶଂସକଙ୍କ ପାଇଁ ମଧ୍ୟ ସେତିକି'
`ଏହା ଦୀର୍ଘ ୧୮ ବର୍ଷର ଅପେକ୍ଷା ଥିଲା'
`ମୁଁ ମୋର ଯୁବାବସ୍ଥା ଠାରୁ ଆରମ୍ଭ କରି ଚଳିତ ବର୍ଷ ଯାଏ ଏହି ଟିମ୍‌ରେ'
`ମୁଁ ଏଥିରେ ମୋର ସମସ୍ତ ଶକ୍ତି ଲଗାଇ ଦେଇଥିଲି'

୧୭ ବର୍ଷ ପରେ, RCB ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଛି । ଏହି ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରି୍ୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଏହି ବିଜୟ ଆମ ଦଳର ଯେତିକି, ଆମ ପ୍ରଶଂସକଙ୍କ ପାଇଁ ମଧ୍ୟ ସେତିକି । ଏହା ଦୀର୍ଘ ୧୮ ବର୍ଷର ଅପେକ୍ଷା ଥିଲା । ମୁଁ ମୋର ଯୁବାବସ୍ଥା ଠାରୁ ଆରମ୍ଭ କରି ଚଳିତ ବର୍ଷ ଯାଏ ଏହି ଦଳକୁ ଦେଇଥିଲି । ମୁଁ ଏଥିରେ ମୋର ସମସ୍ତ ଶକ୍ତି ଲଗାଇ ଦେଇଥିଲି । ମୁଁ କେବେ ଭାବି ନଥିଲି ଯେ ଏହି ଦିନ ଆସିବ ।


18 ବର୍ଷ ପରେ ପୂରଣ ହେଲା `ବିରାଟ’ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ରୋମାଞ୍ଚକର ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ କୋହଲି । ପୂର୍ବରୁ 3 ଥର ଫାଇନାଲରେ ପହଞ୍ଚି ବି ଟାଇଟଲ ଜିତି ପାରି ନଥିଲା RCB । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଆରସିବି ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ଅନ୍ୟପକ୍ଷରେ ପୂରା ଲିଗ୍‌ରେ ପରାକ୍ରମୀ କ୍ରିକେଟ୍ ଖେଳିଥିବା ପଞ୍ଜାବ ଅନ୍ତିମ ଲଢ଼େଇରେ ଝୁଣ୍ଟିବା ପରେ ତା’ର ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଛି। ପଞ୍ଜାବକୁ ଫାଇନାଲ୍‌ରେ ପହଞ୍ଚାଇଥିବା ଅଧିନାୟକ ଶ୍ରେୟସ୍ ଆୟର ଶେଷ ଲଢ଼େଇରେ ନିରାଶ ହେବା ପଞ୍ଜାବ ପାଇଁ କାଳ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored