Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏଲ ୨୦୨୫: କୋହଲି, ପଟିଦାରଙ୍କ ରୋମାଞ୍ଚକର ଅର୍ଦ୍ଧଶତକ

Sports

ଆଇପିଏଲ ୨୦୨୫: କୋହଲି, ପଟିଦାରଙ୍କ ରୋମାଞ୍ଚକର ଅର୍ଦ୍ଧଶତକ

Ritu Das
Browse all articles by Ritu Das
·1 year ago·1 min read
ଆଇପିଏଲ ୨୦୨୫:  କୋହଲି, ପଟିଦାରଙ୍କ ରୋମାଞ୍ଚକର ଅର୍ଦ୍ଧଶତକ

ମୁମ୍ବାଇଠାରେ ସୋମବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୦ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୨୨ ରନର ବିଶାଳ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଫିଲିପ ସଲ୍ଟଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ବିରାଟ କୋହଲି ଓ ଦେବଦତ୍ତ ପଡ଼ିକଲ୍ଲଙ୍କ ମଧ୍ୟ ଏକ ଲଢୁଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ବିରାଟ ୬୭ ରନ କରିଥିବାବେଳେ ପଡିକଲ୍ଲ ୩୭ ରନ କରିଥିଲେ । ସେହିପରି ରଜତ ପଟିଦାର ୬୪ ରନର ଉପଯୋଗୀ ପାଳି ଖେଳିଥିଲେ ।


ଶେଷ ଓଭରଗୁଡ଼ିକରେ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୧୯ଟି ବଲରେ ୪୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୨୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର ଗୋଟିଏ ଓ୍ବିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ipl-2025-kohli-patidars-thrilling-half-centuries | Argus News