Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆସିଲା IPL Retention ଲିଷ୍ଟ, କାହାକୁ ରଖିଲା କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆସିଲା IPL Retention ଲିଷ୍ଟ, କାହାକୁ ରଖିଲା କିଏ ?

ଅର୍ଗସ ବ୍ୟୁରୋ: IPL ୨୦୨୫ ମେଗା ଅକ୍ସନ ପୂର୍ବରୁ ପାଇଁ ଆଜି ହୋଇଛି ଖେଳାଳି ରିଟେନସନ । ୧୦ଟି ଯାକ ପ୍ରାଞ୍ଚାଇଜ ସେମାନଙ୍କ ରିଟେନସନ ତାଲିକା ଜାରି କରିଛନ୍ତି । ଏହାର ଅର୍ଥ କେଉଁ ପ୍ରାଞ୍ଚାଇଜ କେଉଁ ସବୁ ଖେଳାଳିଙ୍କୁ କେତେ ଟଙ୍କା ଦେଇ ରଖିଛନ୍ତି,  ତାଲିକା ପ୍ରକାଶ ପାଇଛି । ରୋହିତଙ୍କୁ ମୁମ୍ବାଇ ଓ ଧୋନିଙ୍କୁ ଚେନ୍ନାଇ ନେଇଥିବାବେଳେ ପନ୍ତଙ୍କୁ ଛାଡ଼ିଛି ଦିଲ୍ଲୀ । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ନିଜ ପାଖରେ ରଖିଛି । କିନ୍ତୁ ସେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ କମ ଟଙ୍କା ପାଇବେ । ରୋହିତଙ୍କୁ ମୁମ୍ବାଇ ୧୬ କୋଟି ୩୦ ଲକ୍ଷ ଟଙ୍କାରେ ରିଟେନ କରିଥିବା ବେଳେ ସୂର୍ଯ୍ୟ କୁମାର ଓ ପାଣ୍ଡ୍ୟା ସମାନ ଅର୍ଥାତ ୧୬ କୋଟି ୩୫ ଲକ୍ଷ ଲେଖାଏ ପାଇବେ । ଦଳ ସର୍ବାଧିକ ୧୮ କୋଟି ଟଙ୍କା ଦେଇ ଯଶପ୍ରୀତ ବୁମ୍ରାଙ୍କୁ ରଖିଛି ।

ତିଲକ ବର୍ମା ମଧ୍ୟ ୮ କୋଟି ଟଙ୍କାରେ ମୁମ୍ବାଇ ପାଖରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଜ ସହ ଅନକ୍ୟାପଡ ଖେଳାଳି ଭାବେ ରଖିଛି। ତାଙ୍କୁ ୪ କୋଟି ଟଙ୍କା ମିଳିବ। ଏହାବାଦ ରବୀନ୍ଦ୍ର ଜାଡେଜା ଓ ଋତୁରାଜ ଗାଏକ୍ୱାଡଙ୍କୁ ଦଳ ୧୮ କୋଟି ଟଙ୍କା ଲେଖାଏ ଦେଇ ରଖିଛି । ଶ୍ରୀଲଙ୍କାର ମଥିସା ପଥିରାଣା ୧୩ କୋଟି ଓ ଶିବମ ଦୁବେ ୧୨ କୋଟି ପାଇବେ। ୨୦୧୬ରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ଆସୁଥିବା ଋଷଭ ପନ୍ତ ଏଥର ମେଗା ଅକ୍ସନରେ ସାମିଲ ହେବେ। ପନ୍ତଙ୍କୁ ଦିଲ୍ଲୀ ଛାଡ଼ିଥିବା ବେଳେ ଅକ୍ଷର ପଟେଲଙ୍କୁ ୧୬ କୋଟି ୫୦ ଲକ୍ଷ, କୁଲଦୀପ ଯାଦବଙ୍କୁ ୧୩ କୋଟି ୨୫ ଲକ୍ଷ, ତ୍ରିସ୍ତାନ ଷ୍ଟବ୍ସଙ୍କୁ ୧୦ କୋଟି ଓ ଅଭିଷେକ ପାରୋଲଙ୍କୁ ୪ କୋଟି ରିଟେନରେ ରଖିଛି ।

ସେହିପରି ଆରସିବି ମାତ୍ର ୩ ଜଣ ଖେଳାଳିଙ୍କୁ ରିଟେନ କରିଛି । ବିରାଟ କୋହଲିଙ୍କୁ ୨୧ କୋଟି, ରଜତ ପାଟିଦାରଙ୍କୁ ୧୧ କୋଟି ଓ ୟାଶ ଦୟାଲ ୫ କୋଟି ଟଙ୍କାରେ ନିଜ ପାଖରେ ରଖିଛି ଆରସିବି। ହାଇଦ୍ରାବାଦ ୨୩ କୋଟି ଟଙ୍କା ଦେଇ ହେନରିଚ କ୍ଲାସେନଙ୍କୁ ରଖିଥିବା ବେଳେ ପାଟ କମିନ୍ସଙ୍କୁ ୧୮ କୋଟି, ଅଭିଷେକ ଶର୍ମା ଓ ଟ୍ରାଭିସ ହେଡଙ୍କୁ ୧୪ କୋଟି ଓ ନୀତୀଶ କୁମାର ରେଡ୍ଡୀଙ୍କୁ ୬ କୋଟି ଟଙ୍କାରେ ରିଟେନ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ipl-2025-retention | Argus News