Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସିଲା IPL ଖେଳ ସୂଚୀ: ୧୩ ଭେନ୍ୟୁରେ ୭୪ ମ୍ୟାଚ୍, ପ୍ରଥମ ମ୍ୟାଚ୍‌ରେ KKRକୁ ଭେଟିବ RCB

Sports

ଆସିଲା IPL ଖେଳ ସୂଚୀ: ୧୩ ଭେନ୍ୟୁରେ ୭୪ ମ୍ୟାଚ୍, ପ୍ରଥମ ମ୍ୟାଚ୍‌ରେ KKRକୁ ଭେଟିବ RCB

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆସିଲା IPL ଖେଳ ସୂଚୀ: ୧୩ ଭେନ୍ୟୁରେ ୭୪ ମ୍ୟାଚ୍, ପ୍ରଥମ ମ୍ୟାଚ୍‌ରେ KKRକୁ ଭେଟିବ RCB

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସଂସ୍କରଣର ସମ୍ପୂର୍ଣ୍ଣ ଖେଳ ସୂଚୀ ରବିବାର ଜାରି ହୋଇଛି । ପ୍ରଥମ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳାଯିବ । ଯେଉଁଠି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ମେ ୨୫ରେ ଖେଳାଯିବ ।


୧୦ଟି ଦଳ, ୭୪ ମୁକାବିଲା


ଆଇପିଏଲ୍‌ର ୧୮ତମ ସଂସ୍କରଣର ପ୍ରଥମ ମୁକାବିଲା ମାର୍ଚ୍ଚ ୨୨ରେ ଖେଳାଯିବ । ମୋଟ ୧୦ଟି ଦଳ ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ୍ ଖେଳିବେ । ରବିବାର ଓ ଶନିବାର ୨ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଗୋଟିଏ ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟା ଏବଂ ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମ କ୍ଵାଲିଫାୟର ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ କ୍ଵାଲିଫାୟାର ଓ ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ୬୫ ଦିନ ଧରି ଚାଲିବାକୁ ଥିବା ଆଇପିଏଲ୍‌ରେ ୧୦ ଦଳ ମୋଟ ୭୪ଟି ମ୍ୟାଚ୍ ଖେଳିବେ ।


୨୦୨୪ ଆଇପିଏଲ୍‌ ବେଶ୍ ରୋମାଞ୍ଚକର ଥିଲା । ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଚେନ୍ନାଇରେ ଖେଳା ଯାଇଥିଲା ଫାଇନାଲ୍ ମ୍ୟାଚ୍ । ଯାହାକୁ କେକେଆର୍ ୯ ୱିକେଟ୍‌ରେ ଜିତି ନେଇଥିଲା ।

Sponsored
IPL 2025 To Start From March 22, Final In May 25 | Argus News