Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL 2025: ବଦଳିଲେ କ୍ୟାପଟେନ୍‌, ଏଥର ନୂଆ ଢ଼ଙ୍ଗରେ ମଇଦାନକୁ ଓହ୍ଲାଇବେ ୫ ଦଳ

Sushanta Sahoo
Browse all articles by Sushanta Sahoo
·1 year ago·2 min read
IPL 2025: ବଦଳିଲେ କ୍ୟାପଟେନ୍‌, ଏଥର ନୂଆ ଢ଼ଙ୍ଗରେ ମଇଦାନକୁ ଓହ୍ଲାଇବେ ୫ ଦଳ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୮ତମ ସଂସ୍କରଣ ଲାଗି ବିଗୁଲ୍ ବାଜି ସାରିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଇପିଏଲ୍-୨୦୨୫ ସଂସ୍କରରଣରେ ୫ଟି ଦଳ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବେ । ସମସ୍ତ ୧୦ ଦଳର ଅଧିନାୟକ ସ୍ଥିର ହୋଇ ସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ଵ ନେବେ ଅଲରାଉଣ୍ଡର ଅକ୍ଷର ପଟେଲ୍ ।


ଆଇପିଏଲ୍‌ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ପଞ୍ଜାବ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ନୂଆ ଅଧିନାୟକଙ୍କୁ ନେଇ ଖେଳିବେ । ଦିଲ୍ଲୀ ଟିମ୍‌ର ଭାର ଅକ୍ଷରଙ୍କ ଉପରେ ରହିଥିବା ବେଳେ ଋଷଭ ପନ୍ତ- ଲକ୍ଷ୍ନୌ(LSG), ଶ୍ରେୟସ ଆୟର- ପଞ୍ଜାବ କିଙ୍ଗ୍ସ, ରଜତ ପାଟିଦାର- ବେଙ୍ଗାଲୁରୁ (RCB), ଆଜିଙ୍କ୍ୟ ରାହାଣେ- କୋଲକାତା (KKR)ର ନେତୃତ୍ଵ ନେବେ ।


କେଉଁ ଦଳର, ଅଧିନାୟକ କିଏ ?


୧) ଦିଲ୍ଲୀ କ୍ୟାପିଟାଲ୍ସ- ଅକ୍ଷର ପଟେଲ


୨) ସନରାଇଜର୍ସ ହାଇଦ୍ରାବାଦ- ପ୍ୟାଟ କମିନ୍ସ


୩) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ରଜତ ପାଟିଦାର


୪) ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ


୫) ପଞ୍ଜାବ କିଙ୍ଗ୍ସ- ଶ୍ରେୟସ ଆୟର


୬) ଲକ୍ଷ୍ନୌ ସୁପର ଜିଆଣ୍ଟସ୍- ଋଷଭ ପନ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୭) ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା


୮) କୋଲକାତା ନାଇଟ୍ ରାଇଡର୍ସ- ଆଜିଙ୍କ୍ୟ ରାହାଣେ


୯) ଗୁଜରାଟ ଟାଇଟନ୍ସ- ଶୁବମନ ଗିଲ୍


୧୦) ଚେନ୍ନାଇ ସୁପର୍ କିଙ୍ଗ୍ସ- ଋତୁରାଜ ଗାଏକୱାଡ୍


ମାର୍ଚ୍ଚ ୨୨ରୁ ଆଇପିଏଲ୍


ପ୍ରଥମ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳାଯିବ । ଯେଉଁଠି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ମେ ୨୫ରେ ଖେଳାଯିବ ।


୧୦ ଦଳ, ୭୪ ମୁକାବିଲା


ଆଇପିଏଲ୍‌ର ୧୮ତମ ସଂସ୍କରଣର ପ୍ରଥମ ମୁକାବିଲା ମାର୍ଚ୍ଚ ୨୨ରେ ଖେଳାଯିବ । ମୋଟ ୧୦ଟି ଦଳ ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ୍ ଖେଳିବେ । ରବିବାର ଓ ଶନିବାର ୨ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଗୋଟିଏ ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟା ଏବଂ ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ ।


ପ୍ରଥମ କ୍ଵାଲିଫାୟର ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ କ୍ଵାଲିଫାୟାର ଓ ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ୬୫ ଦିନ ଧରି ଚାଲିବାକୁ ଥିବା ଆଇପିଏଲ୍‌ରେ ୧୦ ଦଳ ମୋଟ ୭୪ଟି ମ୍ୟାଚ୍ ଖେଳିବେ ।


୨୦୨୪ ଆଇପିଏଲ୍‌ ବେଶ୍ ରୋମାଞ୍ଚକର ଥିଲା । ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଚେନ୍ନାଇରେ ଖେଳା ଯାଇଥିଲା ଫାଇନାଲ୍ ମ୍ୟାଚ୍ । ଯାହାକୁ କେକେଆର୍ ୯ ୱିକେଟ୍‌ରେ ଜିତି ନେଇଥିଲା ।


Sponsored
IPL 2035 Five Teams To Play With New Captains | Argus News