Videos
|
Sports

ଆଇପିଏଲ୍ ୨୦୨୪ କାଉଣ୍ଟଡାଉନ୍‌, ଆଜି ଦୁବାଇରେ ହେବ ଆଇପିଏଲ୍‌ ମିନି ଅକ୍ସନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଇପିଏଲ୍ ୨୦୨୪ କାଉଣ୍ଟଡାଉନ୍‌, ଆଜି ଦୁବାଇରେ ହେବ ଆଇପିଏଲ୍‌ ମିନି ଅକ୍ସନ

ଅର୍ଗସ ବ୍ୟୁରୋ:  ଆଇପିଏଲ୍ ୨୦୨୪ କାଉଣ୍ଟଡାଉନ୍‌ । ଆଜି ଦୁବାଇରେ ହେବ ଆଇପିଏଲ୍‌ ମିନି ଅକ୍ସନ । ପ୍ରଥର ଥର ପାଇଁ ବିଦେଶରେ ହେବାକୁ ଯାଉଛି ଅକ୍ସନ । ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ । ଯେଉଁଥିରେ ୨୪୧ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୧୧୯ ବିଦେଶୀ ପ୍ଲେୟାର ରହିଛନ୍ତି । ଏଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି ।

ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ  ।  ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ ଜଣ ଏପରି ଅଛନ୍ତି । ଯେଉଁମାନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ରହିଛି । ବାକି ୧୩ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଛି । ଏହାବ୍ୟତୀତ ଅନ୍ୟ ସବୁ ଖେଳାଳି ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ, ୩୦ ଲକ୍ଷ ଏବଂ ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ ରହିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored