Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Auction Full List / କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲା ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲା ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...
IPL Auction 2026

Key Points

ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା ।
ହେଲେ ଶେଷରେ ଗ୍ରୀନ୍‌ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।

ବିଶ୍ୱର ସବୁଠାରୁ ଚର୍ଚ୍ଚିତ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏଥିରେ ୩୭୯ ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ, ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ପାଇବା ଆଶାରେ ନୀଲାମୀରେ ସାମିଲ ହୋଇଛନ୍ତି। ଅପରପକ୍ଷେ ୧୦ଟି ଦଳ ୭୭ ଜଣ ଖେଳାଳିଙ୍କୁ କିଣିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସମସ୍ତ ଦଳର ମିଶ୍ରିତ ଓ୍ୱାଲେଟ୍‌ରେ ୨୩୭ କୋଟି ୫୫ ଲକ୍ଷ ଟଙ୍କା ଉପଲବ୍ଧ ରହିଛି।

ଏଥର ଆଇପିଏଲ୍ ଖେଳାଳି ନିଲାମରେ ମଙ୍ଗଳବାର ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ । ଆଇପିଏଲ ଇତିହାସରେ ବିଦେଶୀ ଖେଳାଳୀଙ୍କ ମଧ୍ୟରୁ କ୍ୟାମରନ ଗ୍ରୀନ୍‌ ସବୁଠୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । କ୍ୟାମରନ ଗ୍ରୀନ୍‌ଙ୍କୁ କିଣିବା ପାଇଁ ଅନେକ ଦଳ ମଧ୍ୟରେ ନିଲାମ ଟେବୁଲରେ ଲଢେଇ ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ଗ୍ରୀନ୍‌ଙ୍କ ପାଇଁ ଦୀର୍ଘ ସମୟ ଧରି ଲଢେଇ ଚାଲିଥିଲା । ହେଲେ ଶେଷରେ ଗ୍ରୀନ୍‌ଙ୍କୁ କେକେଆର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।

ଏବେ ଆସନ୍ତୁ ଜାଣିବା କେଉଁ ଖାଳାଳି କେତେ ଟଙ୍କାରେ ବିକ୍ରି ହେଲେ ଏବଂ କିଏ ସେମାନଙ୍କୁ କିଣିଛି ।

କ୍ୟାମେରନ ଗ୍ରୀନ (କେକେଆର୍‌)-୨୫.୨୦ କୋଟି
ବାନିନ୍ଦୁ ହସରଙ୍ଗା (ଏଲଏସ୍‌ଜି)-୨ କୋଟି
ଭେଙ୍କଟେଶ ଆୟର୍‌ (ଆର୍‌ସିବି)-୭ କୋଟି
କ୍ୱିଣ୍ଟନ ଡି କକ (ଏମଆଇ)- ୧ କୋଟି
ବେନ ଡକେଟ (ଡିସି)-୨ କୋଟି
ଫିନ ଆଲେନ (କେକେଆର୍‌)- ୨ କୋଟି
ଜ୍ୟାକବ ଡଫି (ଆର୍‌ସିବି)- ୨ କୋଟି
ମଥୀଶା ପଥିରାନା (କେକେଆର୍‌) - ୧୮ କୋଟି
ରବି ବିଶ୍ନୋଇ (ଆର୍‌ଆର୍‌)-୭.୨୦ କୋଟି
ଅକିଲ ହୁସେନ (ସିଏସ୍‌କେ)-୨ କୋଟି
ଆକିବ ଡାର୍‌ (ଡିସି) - ୮.୪୦ କୋଟି
ପ୍ରଶାନ୍ତ ବୀର (ସିଏସ୍‌କେ)- ୧୪.୨୦ କୋଟି
କାର୍ତ୍ତିକ ଶର୍ମା (ସିଏସ୍‌କେ) - ୧୪.୨୦ କୋଟି
ତେଜସ୍ବୀ ସିଂହ (କେକେଆର୍‌) - ୩ କୋଟି
ମୁକୁଳ ଚୌଧୁରୀ (ଏଲଏସ୍‌ଜି) - ୨.୬୦ କୋଟି
ଶିବାଙ୍ଗ କୁମାର (ଏସଆର୍‌ଏଚ୍‌)- ୩୦ ଲକ୍ଷ
କାର୍ତ୍ତିକ ତ୍ୟାଗୀ (କେକେଆର୍‌) - ୩୦ ଲକ୍ଷ
ଅଶୋକ ଶର୍ମା (ଜିଟି) - ୯୦ ଲକ୍ଷ
ନମନ ତିୱାରୀ (ଏଲଏସ୍‌ଜି) - ୧ କୋଟି
ବିଗ୍ନେଶ ପୁଥୁର (ଆର୍‌ଆର୍‌) - ୩୦ ଲକ୍ଷ

ଅନ୍ୟପଟେ ଏମିତି ବି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍‌ସୋଲ୍ଡ ରହିଛନ୍ତି । ସେମାନେ ହେଲେ...

ଜେକ୍ ଫ୍ରେଜର-ମ୍ୟାକଗର୍କ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ପୃଥ୍ବୀ ଶ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନ୍‌ସୋଲ୍ଡ
ଡେଭନ୍ କନୱେ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ସରଫରାଜ ଖାନ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନସୋଲ୍ଡ
ଗସ୍ ଆଟକିନସନ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ରଚିନ ରବିନ୍ଦ୍ର - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ଲିଆମ୍ ଲିଭିଙ୍ଗଟୋନ୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ୱାଇଆନ୍ ମୁଲଡର - ମୂଳ ମୂଲ୍ୟ 1 କୋଟି ଟଙ୍କା - ଅନସୋଲ୍ଡ
ଦୀପକ ହୁଡା - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
କେଏସ ଭାରତ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
ରହମାନୁଲ୍ଲାହ ଗୁରବାଜ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
ଜନି ବେୟାରଷ୍ଟୋ - ମୂଳ ମୂଲ୍ୟ ୧ କୋଟି ଟଙ୍କା - ଅନସୋଲ୍ଡ
ଜାମି ସ୍ମିଥ୍ - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଅନସୋଲ୍ଡ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Auction Full List | IPL Auction 2026 Updates: Event ends ! Green, Pathirana get big money from KKR | Argus News