IPL Broadcast / ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍, IPL ପ୍ରସାରଣ ଉପରେ ରୋକ୍...
·8 months ago·2 min read

Key Points
IPLର ପ୍ରସାରଣ ଉପରେ ରୋକ୍ ଲଗାଇବା ପାଇଁ ପ୍ରସ୍ତୁତି !
ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍
ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍
ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍। ଗୋଟେ ପରେ ଗୋଟେ ଧମକ ଦେଉଛି । ଏବେ ପୁଣି ଥରେ ଆଇପିଏଲକୁ ନେଇ ଏମିତି କିଛି କହିଲା ଯାହା ବର୍ତ୍ତମାନ ଭାଇରାଲ ହେଉଛି। ବାଂଲାଦେଶରେ ଦେଶରେ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍ ଲଗାଇବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ବିଚାର କରୁଛନ୍ତି। ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ ଟିମରୁ ବିଦା କରାଯିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାର କଡ଼ା ଆପତ୍ତି ପ୍ରକାଶ କରିଛି।ବାଂଲାଦେଶର ସୂଚନା ଏବଂ ପ୍ରସାରଣର ପରାମର୍ଶଦାତା ସୈୟଦ ରିଜଓ୍ଵାନା ହସନ ଏହି ପୂରା ଘଟଣାକ୍ରମକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇଛନ୍ତି। ଏଥିରେ ଦେଶବାସୀଙ୍କ ଭାବନାକୁ ଆଘାତ ଲାଗିଛି। ସରକାର ଏହାକୁ ସ୍ଵୀକାର କରି ପାରିବେ ନାହିଁ।
ଟି- ସ୍ପୋର୍ଟ୍ସ ପାଖରେ ୨୦୨୭ ପର୍ଯ୍ୟନ୍ତ ବାଂଲାଦେଶରେ ଆଇପିଏଲର ପ୍ରସାରଣ ଅଧିକାର ରହିଛି। ୨୦୨୩ରେ ଏହି ଚୁକ୍ତିନାମା ଭାୟକମ ୧୮ ସହିତ କରାଯାଇଥିଲା। ଏବେ ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଚାଲିଛି। ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ୍ରୁ ବହିଷ୍କାର କରାଯିବା ମାମଲା ଜଟିଳ ହେବାରେ ଲାଗିଛି। ପ୍ରଥମେ ବାଂଲାଦେଶ ଭାରତରେ ହେଉଥିବା ଟି-୨୦ ବିଶ୍ଵକପ୍ ବହିଷ୍କାର କରିବାକୁ ଧମକ ଦେଇଛି। ନିଜ ଦଳକୁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଏବେ ଆଇପିଏଲକୁ ନେଇ ବାଂଲାଦେଶ ବଡ଼ ପଦକ୍ଷେପ ଉଠାଇପାରେ।ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ୨୦୨୬ରେ ବାଂଲାଦେଶର ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ଖେଳାଯିବ। ଟିମ୍ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ରେ ଇଡେନ ଗାର୍ଡେନ୍ସରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ମାତ୍ର ସଂପ୍ରତି ସ୍ଥିତିକୁ ଦେଖି ବାଂଲାଦେଶର ମ୍ୟାଚର ଆୟୋଜନ ସ୍ଥଳକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଥିସହ ପଢ଼ନ୍ତୁ:ବିବାହ ପୂର୍ବରୁ ମେଡିକାଲ ଟେଷ୍ଟ, ରହିଛି ଏମିତି କାରଣ...
ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରିବା ପରେ ବର୍ତ୍ତମାନ ଏହି ପରିସ୍ଥିତି ଉପୁଜିଛି। ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏବେ ଏହି ମାମଲାରେ ବାଂଲାଦେଶ ସରକାର ମଧ୍ୟ ହସ୍ତକ୍ଷେପ କରିଛନ୍ତି।ବାଂଲାଦେଶର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପାରର ପରାମର୍ଶଦାତା ଆସିଫ ନଜରୁଲ ଫେସବୁକରେ ପୋଷ୍ଟ କରି ବାଂଲାଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ଯେ, ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ରୋକ୍ ଲଗାଯାଉ। ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କ ଆଇପିଏଲ୍ ରିଲିଜ୍ ପରେ ଖେଳାଳିଙ୍କ ସୁରକ୍ଷା ଚିନ୍ତାକୁ ଦର୍ଶାଇ ଏବଂ ଆଇସିସିକୁ ସେମାନଙ୍କ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରି ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଦେଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ନିଶ୍ଚିତ କରିଛି ଯେ, ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ ।ତେବେ ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଥିଲା । ଏବେ ସେଠାକାର କ୍ରିକେଟ୍ ବୋର୍ଡ ଟି୨୦ ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories