Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିସିସିଆଇ ଅଫିସରୁ 7 ଲକ୍ଷର IPL ଜର୍ସି ଚୋରି ଅଭିଯୋଗ

Ritu Das
Browse all articles by Ritu Das
·11 months ago·2 min read
ବିସିସିଆଇ ଅଫିସରୁ 7 ଲକ୍ଷର IPL ଜର୍ସି ଚୋରି ଅଭିଯୋଗ

Key Points

ବିସିସିଆଇ ଅଫିସରୁ 7 ଲକ୍ଷର IPL ଜର୍ସି ଚୋରି ଅଭିଯୋଗ

ଏହି ଚୋରି ଅଫିସର କୌଣସି କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି

ଜଣେ ସୁରକ୍ଷା ପରିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ

BCCI ର ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମ ଅଫିସରେ ଚୋରି । ଚୋର କୌଣସି ଟଙ୍କା ପଇସା ନୁହେଁ ବରଂ ଆଇପିଏଲ ଜର୍ସି ଚୋରାଇ ନେଇଛନ୍ତି । ଏହି ଚୋରି ଅଫିସର କୌଣସି କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ସୋମବାର ବିସିସିଆଇର ୱାଙ୍ଖଡେ ଷ୍ଟାଡିୟମ ଅଫିସରୁ ୨୬୧ଟି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଖେଳାଳିଙ୍କ ଜର୍ସି ଚୋରି କରିବା ଅଭିଯୋଗରେ ଜଣେ ସୁରକ୍ଷା ପରିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୦୬ ଅନୁଯାୟୀ FIR ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ ଦାବି କରିଛି ଯେ ଚୋରି ଜୁନ ୧୩ ତାରିଖରେ ହୋଇଥିଲା । ଯଦିଓ ସରକାରୀ ସ୍ତରରେ ଏହି ଅଭିଯୋଗ ୧୭ ଜୁଲାଇରେ ଦାଖଲ କରାଯାଇଥିଲା। ପୋଲିସ ଅନୁଯାୟୀ, ଅଭିଯୋଗକାରୀ ହେମାଙ୍ଗ ଭରତ କୁମାର ଅମିନ (୪୪) ଜଣେ ବିସିସିଆଇ କର୍ମଚାରୀ ଏବଂ ସେ ମହିମରେ ରୁହନ୍ତି। ଅମିନ ୱାଙ୍ଖେଡେ ଷ୍ଟାଡିୟମରେ ଥିବା ବିସିସିଆଇ କାର୍ଯ୍ୟାଳୟରେ ସେ କାମ କରନ୍ତି।


ସେ ଅଭିଯୋଗ କରିଛନ୍ତି ଯେ, ମୀରା ରୋଡ୍ ଇଷ୍ଟରେ ଥିବା ଗୌରବ ଏକ୍ସେଲେନ୍ସିର ବାସିନ୍ଦା ତଥା ସୁରକ୍ଷା ପରିଚାଳକ ଫାରୁକ ଅସଲମ ଖାନ (୪୬) ବିନା ଅନୁମତିରେ ବିସିସିଆଇର ସରକାରୀ ମଞ୍ଚେଡାଇଜ ଷ୍ଟୋରରେ ପଶି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି), ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ), ଲକ୍ଷ୍ନୌ ସୁପର ଜଏଣ୍ଟ୍ସ (ଏଲଏସଜି), ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍), କୋଲକାତା ନାଇଟ୍ ରାଇଡର୍ସ (କେକେଆର), ପଞ୍ଜାବ କିଙ୍ଗ୍ସ (ପିବିକେଏସ୍), ଗୁଜରାଟ ଟାଇଟନ୍ସ (ଜିଟି), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସମେତ ବିଭିନ୍ନ ଆଇପିଏଲ ଦଳର ଖେଳାଳିଙ୍କ ଜର୍ସି ଚୋରି କରିଛନ୍ତି। ଚୋରି ହୋଇଥିବା ମୋଟ ୨୬୧ ଟି ଜର୍ସିର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୨ ହଜାର ୫୦୦ ଟଙ୍କା ବୋଲି ମୁମ୍ବାଇ ପୋଲିସ ଦାବି କରିଛି । ଅମିନଙ୍କ ଅଭିଯୋଗ ଆଧାରରେ, ମାରିନ୍ ଡ୍ରାଇଭ୍ ପୋଲିସ ଫାରୁକ ଅସଲମ ଖାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ipl-jersey-worth-rs-7-lakh-stolen-from-bcci-office | Argus News