Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା: ପ୍ରଥମ କ୍ବାଲିଫାଏରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ

Ritu Das
Browse all articles by Ritu Das
·2 years ago·1 min read
ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା: ପ୍ରଥମ କ୍ବାଲିଫାଏରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ

ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ  ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚରେ ଯିଏ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । କିନ୍ତୁ କେକେଆର ଓପନର ଫିଲ ସଲ୍ଟ ଏହି ମ୍ୟାଚ ଖେଳିବେ ନାହିଁ। 

ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଖେଳାଳିମାନେ ପ୍ଲେ-ଅଫ ଖେଳିବେ ନାହିଁ । ତେଣୁ କେକେଆର ଫିଲ ସଲ୍ଟ, ରାଜସ୍ଥାନ ରୟାଲର ଜସ୍ ବଟଲର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ୱିଲ ଜାକ୍ସ୍ ପ୍ଲେ-ଅଫରୁ ବାଦ ପଡିବେ । ଉଭୟ କୋଲକାତା ଓ ହାଇଦ୍ରାବାଦ ବ୍ୟାଟିଂରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ, ଅଭିଷେକ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ବୋଲିଂରେ ହାଇଦ୍ରାବାଦ ତୁଳନାରେ କୋଲକାତାର ପ୍ରଦର୍ଶନ ଭଲ ରହିଛି। 

ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆଇପିଏଲ ପ୍ଲେ ଅଫ ନିୟମ ଅନୁଯାୟୀ, ଫାଇନାଲ ମୁକାବିଲା ପାଇଁ ୪ ଟି ଟିମ୍ ମଧ୍ୟରେ ଦୁଇଟି କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦୁଇ ଟିମ୍ କୋଲକତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ । ସେମାନଙ୍କ ମଧ୍ୟରୁ ବିଜୟୀ ଟିମ ସିଧା ଆଇପିଏଲ-୨୦୨୪ ଫାଇନାଲକୁ ଯିବ । ଆଉ ପରାଜିତ ଟିମ୍ ଏଲିମିନେଟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ । ଏଲିମିନେଟର ମ୍ୟାଚ ବେଙ୍ଗାଲୁରୁ-ରାଜସ୍ଥାନ ମଧ୍ୟରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାର ବିଜେତା ସହ ପ୍ରଥମ କ୍ୱାଲିଫାୟରର ବିଜେତା ସିହ ଫାଇନାଲ ଖେଳିବ। 
 

Sponsored
IPL Playoffs | Argus News