Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇପିଏଲ୍‌: ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲ୍‌: ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗ୍ସ

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ୩ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏଥିସହ ଚଳିତ ଋତୁରେ ପ୍ରଥମ ଥର ଏକ ଦଳ  ୨୦୦ ରନ୍ କରି ଜିତିଛି। ଶୁଭମନ ଗିଲ୍‌ଙ୍କ ଚୌକା, ଛକା ଭରା ୮୯ ରନ୍ ପରେ ଗୁଜରାଟ ବୋଲର ଭଲ ପ୍ରଭାବ ପକାଇଥିଲେ। କିନ୍ତୁ ଡେଥ୍ ଓଭର ବେଳକୁ ପଞ୍ଜାବ ବ୍ୟାଟର୍‌ଙ୍କୁ ରୋକିବାରେ ଏମାନେ ବିଫଳ ହୋଇଥିଲେ। ନୂର ଅହମଦ ପ୍ରାରମ୍ଭରୁ ଦେଇଥିବା ସଫଳତା ବିଫଳ ଯାଇଛି।

ଶୀର୍ଷକ୍ରମରେ ପ୍ରଭସିମ୍‌ରନ୍‌ ସିଂହ (୨୪ ବଲ୍‌ରୁ ୩୫ ରନ୍) ଏବଂ ଜନି ବେୟାରଷ୍ଟୋ (୧୩ ବଲ୍‌ରୁ ୨୨ ରନ୍) ଭଲ ବ୍ୟାଟିଂ କରିଥିବାବେଳେ ଶେଷ ଭାଗରେ ଶଶାଙ୍କ ସିଂହ (୨୯ ବଲ୍‌ରୁ ୬୧ ରନ୍) ନିର୍ଣ୍ଣାୟକ ପାଳି ଖେଳିଥିଲେ। ଅନ୍ୟତମ ଯୁବ ତାରକା ଆଶୁତୋଷ ଶର୍ମା (୧୭ ବଲ୍‌ରୁ ୩୧ ରନ୍) ମଧ୍ୟ ଉପଯୋଗୀ ପାଳି ‌‌ଖେଳିଥିଲେ।

ଶୁଭମନଙ୍କ ଭୁଲ୍‌ ଗଣନା କାରଣରୁ ଶେଷ ଓଭରରେ ଅନଭିଜ୍ଞ ଦର୍ଶନ ନିଲକଣ୍ଡେ ନିଜ ପ୍ରଥମ ଓଭର ବୋଲିଂ କରିବା ମଧ୍ୟ ଟାଇଟନ୍ସକୁ ପଛରେ ପକାଇ ଦେଇଥିଲା। ଅବଶ୍ୟ ଶେଷ ଓଭରରୁ ମାତ୍ର ୭ ରନ୍ ଆବଶ୍ୟକ ଥିବାରୁ ଟାଇଟନ୍ସ ହାତରୁ ମ୍ୟାଚ୍‌ ଏକ ପ୍ରକାର ଖସିସାରିଥିଲା। ଶଶାଙ୍କ ଚତୁର୍ଥ ବଲ୍‌କୁ ଚୌକା ଓ ପଞ୍ଚମ ବଲ୍‌ରୁ ବାଇ ରୂପରେ ଏକ ରନ୍ ଆଣି ଦଳକୁ ବିଜୟ ଦେଇଥିଲେ। ଏଥିସହିତ ଘରୋଇ ମାଟିରେ ଗୁଜରାଟର ୩ରୁ ୩ ବିଜୟ ଆଶା ବିଫଳ ହୋଇଛି। ଉଭୟ ଗୁଜରାଟ ଓ ପଞ୍ଜାବ ଏବେ ସମାନ ୪ ମ୍ୟାଚ୍‌ରୁ ୨ ଜିତି ବରାବର ସ୍ଥିତିରେ ରହିଛନ୍ତି। ଶଶାଙ୍କ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
IPL: Punjab | Argus News