|
logo
Live

Argus News - IPL ମ୍ୟାଚ୍‌ରେ ରିଲ୍‌ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା…ଦେବାକୁ ପଡ଼ିଲା ୭୦.୦୦୦ଟଙ୍କାର ଜରିମାନା…ଜାଣନ୍ତୁ କାହିଁକି?

Sports

IPL Controversy / IPL ମ୍ୟାଚ୍‌ରେ ରିଲ୍‌ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା…ଦେବାକୁ ପଡ଼ିଲା ୭୦.୦୦୦ଟଙ୍କାର ଜରିମାନା…ଜାଣନ୍ତୁ କାହିଁକି?

Ritu Das
Browse all articles by Ritu Das
·2 days ago·2 min read
IPL ମ୍ୟାଚ୍‌ରେ ରିଲ୍‌ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା…ଦେବାକୁ ପଡ଼ିଲା ୭୦.୦୦୦ଟଙ୍କାର ଜରିମାନା…ଜାଣନ୍ତୁ କାହିଁକି?
IPL

Key Points

ଆଇପିଏଲ ମ୍ୟାଚରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା
ରିଲ କରି ଜଣେ ମହିଳାଙ୍କୁ ଦେବାକୁ ପଡ଼ିଲା ୭୦,୦୦୦ ଟଙ୍କାର ଜରିମାନା

ଇଣ୍ଡିଆନ୍ ପ୍ରିମିୟର ଲିଗର ୧୧ତମ ସଂସ୍କରଣ ବର୍ତ୍ତମାନ ଚାଲିଛି, ଯେଉଁଥିରେ ୨୨ଟି ମ୍ୟାଚ୍ ଖେଳାଯାଇସାରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ମ୍ୟାଚ୍ ରୋମାଞ୍ଚକର ହୋଇଛି ଏବଂ ଅନେକ ଯୁବ ଖେଳାଳି ସେମାନଙ୍କର ଅବିଶ୍ୱସନୀୟ ପ୍ରଦର୍ଶନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପ୍ରତ୍ୟେକ ମ୍ୟାଚ୍ ପାଇଁ ଷ୍ଟାଡିୟମଗୁଡ଼ିକ ହାଉସଫୁଲ ହୋଇଥିବା ଦେଖିବାକୁ ମିଳିଛି। ଆଜିର ସୋସିଆଲ ମିଡିଆର ଯୁଗରେ, ଷ୍ଟାଡିୟମକୁ ଆସୁଥିବା ଅଧିକାଂଶ ପ୍ରଶଂସକ ଫଟୋ ଏବଂ ଭିଡିଓ କରୁଛନ୍ତି। ଅନେକ ନିଜ ପର୍ସନାଲ ଆଇଡିରେ ସେୟାର କରିବା ପାଇଁ 'ରିଲ୍' କରୁଛନ୍ତି। ରିଲ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ୭୦,୦୦୦ର ଚୂନା ଲାଗିଛି। ତେବେ କାହିଁକି ଏତେ ଟଙ୍କା ଦେବାକୁ ପଡ଼ିଲା ନିଶ୍ଚିତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ।

ଏହାସହ ପଢ଼ନ୍ତୁ: ବୁମରାହଙ୍କ ୟର୍କର ବ୍ରେକଡାଉନ… ବିଶ୍ବକପରେ ହିରୋ ଥିଲେ ଆଉ ଏବେ ଜିରୋ…୪ଟି ମ୍ୟାଚରେ ଲଗାତାର ଫ୍ଲପ

ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ମହିଳା ଜଣକ ନିଜେ ନିଜ ପେଜରେ ସେୟାର କରିଛନ୍ତି। ଏହା IPL ୨୦୨୬ ସିଜିନର ୧୭ତମ ମ୍ୟାଚ୍ ସମୟରେ ଘଟିଛି, ଯାହା ଶନିବାର, ଏପ୍ରିଲ ୧୧ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା।
ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ, ପଞ୍ଜାବ ୬ ୱିକେଟରେ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ଶେଷ ହେବା ପରେ, ଷ୍ଟାଡିୟମରେ ବସିଥିବା ଜଣେ ମହିଳା ପ୍ରଶଂସକ ଏକ ରିଲ୍ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରେଣ୍ଡକୁ ଫଲୋ କରିବାକୁ ଯାଇ ସେ ତାଙ୍କର ମୁଦିକୁ ଆକାଶରେ ଫୋପାଡ଼ିବାର ଅଭିନୟ କରିବାର ଥିଲା।



70,000 ଟଙ୍କାର ମୁଦି ହଜିଗଲା
ଜଣେ ମହିଳା ଫ୍ୟାନ୍ସ ଏକ ରିଲ୍ ଭିଡିଓ କରୁଥିଲେ, ତାଙ୍କ ମୁଦିକୁ ପବନରେ ଫିଙ୍ଗିବାର ଅଭିନୟ କରୁଥିଲେ, କିନ୍ତୁ ତାଙ୍କ ହାତରୁ ମୁଦିଟି ହଠାତ କେଉଁଆଡେ ଖସିଗଲା। ତା’ପରେ ଯୁବତୀଜଣକୁ ମୁଦିଟିକୁ ଖୋଜିବାକୁ ଉଦ୍ୟମ କରିଥିଲେ। ଭିଡିଓରେ ଦେଖାଯାଉଛି ଯେ ମହିଳା ଏବଂ ତାଙ୍କ ସାଥୀମାନେ ସିଟ୍ ତଳେ ଏବଂ ଆଖପାଖ ଅଞ୍ଚଳରେ ମୁଦିକୁ ଖୋଜୁଛନ୍ତି। ମହିଳା ଜଣଙ୍କ ଏଭଳି ଘଟଣା ଘଟିବାପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

ଦୟାକରି ଆମର ମୁଦି ଫେରାଇ ଦିଅନ୍ତୁ
ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡିଓ ସେୟାର କରି ମହିଳା ଜଣକ ଲେଖିଛନ୍ତି, "ଆମର 70,000 କ୍ଷତି ହୋଇଛି। ମୁଦିଟି ଏପର୍ଯ୍ୟନ୍ତ ମିଳିନାହିଁ। ଯଦି ମହାରାଜା ଯାଦବୀନ୍ଦ୍ର ସିଂହ ପିସିଏ ଷ୍ଟାଡିୟମର କେହି ଏହି ଭିଡିଓ ଦେଖୁଛନ୍ତି, ଦୟାକରି ଆମର ମୁଦି ଖୋଜିଦିଅନ୍ତୁ ଏବଂ ଆମକୁ ଫେରସ୍ତ କରନ୍ତୁ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Controversy: IPL ମ୍ୟାଚ୍‌ରେ ରିଲ୍‌ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା…ଦେବାକୁ ପଡ଼ିଲା ୭୦.୦୦୦ଟଙ୍କାର ଜରିମାନା…ଜାଣନ୍ତୁ କାହିଁକି? | Argus News