Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଉଦ୍‌ଘାଟନୀ ମ୍ୟାଚ୍‌

Ritu Das
Browse all articles by Ritu Das
·1 year ago·2 min read
ଆଜିଠୁ ଆଇପିଏଲ୍‌ ମହାସମର: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଉଦ୍‌ଘାଟନୀ ମ୍ୟାଚ୍‌

ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ତମ ସଂସ୍କରଣ। ଗତ ଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ନୂଆ ନିୟମ ଲାଗୁ ହେବାକୁ ଯାଉଥିବାବେଳେ ଦୁଇ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଆଜିଙ୍କ୍ୟ ରାହାନେ କେକେଆର ଓ ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବେ। କୋଭିଡ୍‌-୧୯ ମହାମାରୀଠାରୁ ଆଇପିଏଲ୍‌ରେ ସାଲିଭା(ଛେପ/ଲାଳ) ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ମାତ୍ର ଗୁରୁବାର ଅନୁଷ୍ଠିତ ଅଧିନାୟକଙ୍କ ବୈଠକରେ ଆଲୋଚନା ହେବାପରେ ଏହାକୁ ଉଠାଇ ଦିଆଯାଇଛି। ଫଳରେ ବୋଲରଙ୍କୁ କିଛି ପରିମାଣରେ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ୨୦୨୨ଠାରୁ ସାଲିଭା ବ୍ୟବହାରକୁ ନିଷିଦ୍ଧ କରିଛି। ମାତ୍ର ଆଇପିଏଲ୍‌ ନିଜସ୍ବ ନିୟମରେ ପରିଚାଳିତ ହେଉଥିବାରୁ ଏହି ନିୟମକୁ ଉଠାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।


ଆଇପିଏଲ୍‌ ୨୦୨୫ରେ ୭ଟି ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିରାଟ କୋହଲିଙ୍କ ଉପସ୍ଥିତି ସତ୍ତ୍ୱେ ଏପର୍ଯ୍ୟନ୍ତ ଭାରତ ପାଇଁ ଗୋଟିଏ ହେଲେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିବା ରଜତ ପଟିଦାର ଆରସିବି ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ସେହିପରି ଲୋକେଶ ରାହୁଲ ସାମିଲ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅକ୍ଷର ପଟେଲଙ୍କୁ ଅଧିନାୟକ କରାଯାଇଛି। ୨୦୨୪ରେ କେକେଆରକୁ ଚାମ୍ପିୟନ କରାଇଥିବା ଶ୍ରେୟସ ଆୟର ଏବେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେବାକୁ ଯାଉଥିବାବେଳେ ଆଜିଙ୍କ୍ୟ ରାହାନେଙ୍କୁ ନାଇଟ ରାଇଡର୍ସ ଦାୟିତ୍ୱ ଦିଆଯାଇଛି।


(ଆଜିର ମ୍ୟାଚ)
କେକେଆର ବନାମ ଆରସିବି
ସ୍ଥାନ: କୋଲକାତା
ସମୟ: ସନ୍ଧ୍ୟା ୭ଟା ୩୦
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବର୍କ, ଜିଓ ହଟଷ୍ଟାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେକେଆର ପ୍ଲେଇଙ୍ଗ ଇଲେଭେନ: ସୁନୀଲ ନାରିନ, କ୍ୱିଣ୍ଟନ ଡି’କକ୍‌, ଆଜିଙ୍କ୍ୟ ରାହାନେ (ଅଧିନାୟକ), ଅଙ୍ଗକ୍ରିଶ ରଘୁବଂଶୀ, ଭେଙ୍କେଟେଶ ଆୟର, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ରମଣଦୀପ ସିଂ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ସ୍ପେନସର ଜନସନ/ଏନରିଚ ନର୍ଜେ, ବୈଭବ ଆରୋରା।


ଆରସିବି ପ୍ଲେଇଙ୍ଗ ଇଲେଭେନ: ଫିଲ୍‌ ସଲ୍ଟ,, ବିରାଟ କୋହଲି, ଦେବଦତ୍ତ ପଡିକଲ, ରଜତ ପଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜିତେଶ ଶର୍ମା, ଟିମ୍‌ ଡାଭିଡ, କୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ, ୟଶ ଦୟାଲ, ସ୍ବପ୍ନିଲ ସିଂ/ମୋହିତ ରାଠି/ରସିଖ ସଲାମ।

Sponsored
ipl-season-starts-today-know-when-and-where-you-can-watch-the-opening-match | Argus News