Videos
|
Sports

ଧର୍ମଶାଳାରେ ଆଇପିଏଲ୍‌ ମ୍ୟାଚ୍‌ ଅଧାରୁ ଅଟକିଲା

Banajyotshna Ray
Browse all articles by Banajyotshna Ray
·1 year ago
ଧର୍ମଶାଳାରେ ଆଇପିଏଲ୍‌ ମ୍ୟାଚ୍‌  ଅଧାରୁ ଅଟକିଲା

ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଆଜି ଧର୍ମଶାଳାରେ ଚାଲିଥିବା ଆଇପିଏଲ୍ ବ୍ଲାକ୍ଆଉଟ୍‌ ହୋଇଛି। ଦିଲ୍ଲୀ ଓ ପଞ୍ଜାମ ମଧ୍ୟରେ ଚାଲିଥିଲା ମ୍ୟାଚ୍। ସନ୍ଧ୍ୟାରେ ପାକିସ୍ତାନ ଜମ୍ମୁକାଶ୍ମୀରରେ ଡ୍ରୋନ ଆକ୍ରମଣ କରିବାରୁ ଆଇପିଏଲକୁ ବନ୍ଦ କରାଯାଇଛି। ଦର୍ଶକଙ୍କୁ ଷ୍ଟାଡିୟମ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ହୋଇଛି।


ଉଡ଼ିଲା ଭାରତର ଯୁଦ୍ଧ ବିମାନ। ପାକିସ୍ତାନର ଘାତକ ଯୁଦ୍ଧ ବିମାନକୁ ଖସାଇଲା ଭାରତ। ମିସାଇଲ ଆକ୍ରମଣ କରିଥିଲା ପାକିସ୍ତାନ। ହେଲେ ତାକୁ ବି ନଷ୍ଟ କରିଦେଲା ଭାରତ। ଯାହା ଫଳରେ ମ୍ୟାଚକୁ ବନ୍ଦ କରିଦିଆଯାଇଛି। ଆଉ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନର ୩ଟି ଯୁଦ୍ଧ ବିମାନ ମାରି ଖସାଇଲା ଭାରତ।  ପାକିସ୍ତାନର ଗୋଟିଏ F-16କୁ ମାରି ଖସାଇଲା ଭାରତ। ପାକିସ୍ତାନର ୨ଟି JF-17 ବିମାନକୁ ବି ଖସାଇଲା ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ipl-stopped-fear-of-india-pakistan-war-intensifies | Argus News