Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବଢ଼ିଲା ଆଇପିଏଲର ଭାଲ୍ୟୁଏସନ: ଶୀର୍ଷରେ ଆରସିବି

Ritu Das
Browse all articles by Ritu Das
·1 year ago·2 min read
ବଢ଼ିଲା ଆଇପିଏଲର ଭାଲ୍ୟୁଏସନ: ଶୀର୍ଷରେ ଆରସିବି

Key Points

ବଢ଼ିଲା ଆଇପିଏଲର ଭାଲ୍ୟୁଏସନ

ଆଇପିଏଲର ବ୍ୟବସାୟିକ ମୂଲ୍ୟ ୧୨.୯ ପ୍ରତିଶତ ବୃଦ୍ଧି ପାଇଛି

୧୮.୫ ବିଲିୟନ ଡଲାର ପ୍ରାୟ ୧.୫୬ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି

୨୦୨୫ର ଚାମ୍ପିୟନ ଆରସିବି ୨୬୯ ମିଲିୟନ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଶୀର୍ଷ ସ୍ଥାନ ଦଖଲ କରିଛି

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ବ୍ୟବସାୟିକ ମୂଲ୍ୟ ୧୨.୯ ପ୍ରତିଶତ ବୃଦ୍ଧି ପାଇ ୧୮.୫ ବିଲିୟନ ଡଲାର (ପ୍ରାୟ ୧.୫୬ ଟ୍ରିଲିୟନ ଟଙ୍କା)ରେ ପହଞ୍ଚିଛି ବୋଲି ବିଶ୍ୱସ୍ତରୀୟ ନିବେଶ ବ୍ୟାଙ୍କ ହୌଲିହାନ ଲୋକେଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଆଇପିଏଲର ସ୍ୱତନ୍ତ୍ର ବ୍ରାଣ୍ଡ ମୂଲ୍ୟ ଗତ ବର୍ଷ ତୁଳନାରେ ୧୩.୮ ପ୍ରତିଶତ ବୃଦ୍ଧି ପାଇ ୩.୯ ବିଲିୟନ ଡଲାର (ପ୍ରାୟ ୩୨,୭୨୧ କୋଟି ଟଙ୍କା)ରେ ପହଞ୍ଚିଛି। ରିପୋର୍ଟରେ ଆଇପିଏଲର ବୃଦ୍ଧି ପାଉଥିବା ଆକର୍ଷଣ ଉପରେ ଜୋର ଦିଆଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚାରୋଟି ସହଯୋଗୀ ପ୍ରାୟୋଜକ ସ୍ଲଟ – My11Circle, Angel One, RuPay ଓ CEAT – ବିକ୍ରି କରି ୧,୪୮୫ କୋଟି ଟଙ୍କା ଆୟ କରିଛି, ଯାହା ପୂର୍ବ ଚକ୍ର ତୁଳନାରେ ୨୫ ପ୍ରତିଶତ ଅଧିକ। ଏହା ସହିତ ଟାଟା ଗ୍ରୁପ ସହିତ ୨୦୨୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷିଆ ଟାଇଟଲ ପ୍ରାୟୋଜକ ଚୁକ୍ତି ୩୦୦ ମିଲିୟନ ଡଲାର (ପ୍ରାୟ ୨,୫୦୦ କୋଟି ଟଙ୍କା)ରେ ସମ୍ପ୍ରସାରିତ ହୋଇଛି।


ଫ୍ରାଞ୍ଚାଇଜ ମୂଲ୍ୟାୟନ କ୍ଷେତ୍ରରେ, ୨୦୨୫ର ଚାମ୍ପିୟନ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨୬୯ ମିଲିୟନ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଶୀର୍ଷ ସ୍ଥାନ ଦଖଲ କରିଛି, ଯାହା ଗତ ବର୍ଷ ୨୨୭ ମିଲିୟନ ଡଲାର ଥିଲା। ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ୨୦୪ ମିଲିୟନ ଡଲାରରୁ ୨୪୨ ମିଲିୟନ ଡଲାର ହୋଇ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ୨୩୫ ମିଲିୟନ ଡଲାର ବ୍ରାଣ୍ଡ ମୂଲ୍ୟ ସହ ତୃତୀୟ ସ୍ଥାନକୁ ଖସି ଆସିଛି। ରିପୋର୍ଟ ଅନୁଯାୟୀ, ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଗତ ବର୍ଷ ତୁଳନାରେ ୩୯.୬ ପ୍ରତିଶତ ବୃଦ୍ଧି ସହ ସର୍ବାଧିକ ବାର୍ଷିକ ବୃଦ୍ଧି ହାସଲ କରିଛି। ଦର୍ଶକ ସଂଖ୍ୟା କ୍ଷେତ୍ରରେ, ୨୦୨୫ ଆଇପିଏଲ ଫାଇନାଲ ଜିଓ ହଟଷ୍ଟାରରେ ୬୭.୮ କୋଟିରୁ ଅଧିକ ଭ୍ୟୁ ରେକର୍ଡ କରିଛି, ଯାହା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚଠାରୁ ଅଧିକ। ହୌଲିହାନ ଲୋକେଙ୍କ ଆର୍ଥିକ ଓ ମୂଲ୍ୟାୟନ ପରାମର୍ଶ ନିର୍ଦ୍ଦେଶକ ହର୍ଷ ତାଲିକୋଟି କହିଛନ୍ତି, “ଆଇପିଏଲ କ୍ରୀଡ଼ା ବ୍ୟବସାୟରେ ମାନଦଣ୍ଡ ସ୍ଥାପନ କରୁଛି। ଫ୍ରାଞ୍ଚାଇଜି ମୂଲ୍ୟାୟନ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି, ମିଡିଆ ଅଧିକାର ଚୁକ୍ତି ରେକର୍ଡ ସ୍ତରରେ ରହିଛି ଏବଂ ବ୍ରାଣ୍ଡ ସହଭାଗୀତା ବିଭିନ୍ନ କ୍ଷେତ୍ରରେ ବିସ୍ତାରିତ ହୋଇଛି।” ଆଇପିଏଲ ୨୦୨୫ର ଏହି ସଫଳତା ଏହାର ବିଶ୍ୱସ୍ତରୀୟ କ୍ରୀଡ଼ା ବ୍ୟବସାୟ ଭାବେ ସ୍ଥିତିକୁ ଆହୁରି ଦୃଢ଼ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ipl-valuation-rises-rcb-at-the-top | Argus News