Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ

Ritu Das
Browse all articles by Ritu Das
·2 years ago·1 min read
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ

ଅର୍ଗସ ବ୍ୟୁରୋ: ଆଇପିଏଲ ଆସନ୍ତା ମାସ ୨୨ ମାର୍ଚ୍ଚରୁ ଆରମ୍ଭ ହେବ । ଅଧ୍ୟକ୍ଷ ଅରୁଣ ଧୁମାଲ ମଙ୍ଗଳବାର ଏହା କହିଛନ୍ତି । ଯଦିଓ ଦେଶରେ ଲୋକସଭା ନିର୍ବାଚନ ରହିଛି କିନ୍ତୁ ସମସ୍ତ ମ୍ୟାଚ ଭାରତରେ ହିଁ ହେବ ବୋଲି ଧୁମାଲ ସ୍ପଷ୍ଟ କରିଛନ୍ତି । ଆଇପିଏଲ ଅଧିକାରୀମାନେ ସରକାରୀ ଏଜେନ୍ସି ସହ କାର୍ଯ୍ୟସୂଚୀ ସମ୍ପର୍କରେ କାମ କରୁଛନ୍ତି ବୋଲି ଧୂମାଲ କହିଛନ୍ତି । ପ୍ରଥମ ୧୫ ଦିନର ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଧୂମାଲ କହିଛନ୍ତି । 

ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ରୋଷ୍ଟର ଘୋଷଣା କରାଯିବ । ଏହି ମ୍ୟାଚ ସାଧାରଣ ନିର୍ବାଚନ ପରେ ହେବ ବୋଲି ସୂଚନା ରହିଛି । ଏହା ପୂର୍ବରୁ ୨୦୧୪ରେ ଆଇପିଏଲ୍ କାର୍ଯସୂଚୀ ସହ ସାଧାରଣ ନିର୍ବାଚନ ତାରିଖ ମୁହାଁମୁହିଁ ହୋଇଥିଲା । ସେହି ସମୟରେ ଆଇପିଏଲର କିଛି ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହୋଇଥିଲା। 

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୯ମସିହାରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ପୂରା ସିଜିନ୍ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଆଇପିଏଲ୍ ପରମ୍ପରା ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଗତ ସିଜନର ଫାଇନାଲିଷ୍ଟ ଏବଂ ଉପବିଜେତାଙ୍କ ମଧ୍ୟରେ ଖେଳାଯିବ । ଅର୍ଥାତ୍ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ।

 

Sponsored
IPL will start | Argus News