Videos
|
Sports

ମାର୍ଚ୍ଚ 22ରୁ ଆରମ୍ଭ ହେବ ଆଇପିଏଲ

Ritu Das
Browse all articles by Ritu Das
·2 years ago
ମାର୍ଚ୍ଚ 22ରୁ ଆରମ୍ଭ ହେବ ଆଇପିଏଲ

ଅର୍ଗସ ବ୍ୟୁରୋ: ମାର୍ଚ୍ଚ 22ରୁ ଆରମ୍ଭ ହେବ ଆଇପିଏଲ। ଏବେଠୁ ଏହାର କ୍ରେଜ୍ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଆଉ ଏହି ସିଜନରେ ଫୁଣି ଥରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ମାର୍ଚ୍ଚ 22ରୁ ଆଇପିଏଲର 17ତମ ସିଜିନ ଆରମ୍ଭ ହେବ। ଧୋନୀଙ୍କ ନେତୃତ୍ବରେ ସିଏସକେ ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁକୁ ଭେଟିବ। 

ଏଥିପାଇଁ ମାହି ପ୍ରସ୍ତୁତି ଜୋରଦାର ଆରମ୍ଭ କରିଚନ୍ତି। ପ୍ରଥମ ମୁକାବିଲା ପୂର୍ବରୁ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଧୋନୀ ଅଭ୍ୟାସ ବେଳେ ବଡ ବଡ ଛକା ମାରୁଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ସିଏସକେ ଓ ଧୋନୀଙ୍କ ପ୍ରଶଂସକ ବେଶ ଖୁସି ଅଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IPL will start | Argus News