Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇପିଏସ ବାପା ଦେଖିଥିଲେ ଶଶାଙ୍କଙ୍କୁ କ୍ରିକେଟର କରାଇବାର ସ୍ବପ୍ନ

Ritu Das
Browse all articles by Ritu Das
·2 years ago·2 min read
ଆଇପିଏସ ବାପା ଦେଖିଥିଲେ ଶଶାଙ୍କଙ୍କୁ କ୍ରିକେଟର କରାଇବାର ସ୍ବପ୍ନ

ଅର୍ଗସ ବ୍ୟୁରୋ: ସବୁଠି ଏବେ ଆଇପିଏଲ ଚର୍ଚ୍ଚା। ଏବେ ରୋମାଞ୍ଚଭରା ଆଇପିଏଲ ଜାରି ରହିଛି। ଆଉ ଏହାରି ଭିତରେ ଏବେ ନୂଆ ନୂଆ ପ୍ଲେୟରମାନେ ରେକର୍ଡ ପରେ ରେକର୍ଡ କରି ପୁରୁଣା ରେକର୍ଡକୁ ଭାଙ୍ଗିଦେଉଛନ୍ତି। ଆଜି ଆମେ ଆପଣଙ୍କୁ ପଞ୍ଜାବ କିଙ୍ଗସର କ୍ରିକେଟର ଶଶାଙ୍କ ସିଂଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଯାହା ଆପଣ ଜାଣି ନ ଥିବେ। ବାସ୍ତବରେ ଶଶାଙ୍କ ସିଂ ଆଇପିଏଲ ୨୦୨୪ର ଷ୍ଟାର ନୁହଁନ୍ତି ବରଂ ସୁପରଷ୍ଟାର ହୋଇଯାଇଛନ୍ତି। 

ଶଶାଙ୍କ ସିଂ ୧୯୯୧ ମସିହାରେ ଭିଲାଇରେ ଜନ୍ମଗ୍ରହଣ କରିଥିଲେ। ଶଶାଙ୍କ ହେଉଛନ୍ତି ଦକ୍ଷିଣହାତି ବ୍ୟାଟ୍ସମ୍ୟାନ। ଆପଣ ଜାଣନ୍ତି କି ଶଶାଙ୍କ ସିଂଙ୍କ ପିତା ଜଣେ ଆଇପିଏସ୍ ଅଧିକାରୀ। ତାଙ୍କ ପିତା ଶୈଳେଶ ସିଂ ହିଁ ଶଶାଙ୍କଙ୍କୁ କ୍ରିକେଟର କରିବାର ସ୍ୱପ୍ନ ଦେଖିଥିଲେ। ଆପଣ ମଧ୍ୟ ଭାବୁଥିବେ ଯେ ଆଇପିଏସ୍ ହେବା ପରେ ମଧ୍ୟ ପିତା ତାଙ୍କ ପୁଅ ଶଶାଙ୍କଙ୍କୁ କ୍ରିକେଟର କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ଏହା କଣ ସତ। ତେବେ ଏକ ଇଣ୍ଟରଭ୍ୟୁରେ ଶଶାଙ୍କ କହିଛନ୍ତି ଯେ ବାପାଙ୍କ ସ୍ୱପ୍ନ ଥିଲା ଯେ ମୁଁ କ୍ରିକେଟର ହେବା ଉଚିତ। ଶଶାଙ୍କ ଆହୁରି କହିଛନ୍ତି, “ପିଲାଦିନେ ମୋ ବାପା ନିଜେ ମୋର ବୋଲିଂ ଅଭ୍ୟାସ କରୁଥିଲେ। ଆଉ ମୋ ଖେଳିବାର ଧ୍ୟାନ ରଖୁଥିଲେ।  
ସେ ମୋତେ ଘରେ ଟର୍ଫ ପିଚ୍ କରି କ୍ରିକେଟ୍ ଖେଳିବା ଶିଖାଇଥିଲେ।

ଟୁର୍ଣ୍ଣାମେଣ୍ଟର ୪୨ ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୨୬୨ ରନ୍‌ର ଟାର୍ଗେଟକୁ ପିଛା କରି ଶଶାଙ୍କ ୨୮ ବଲରେ ୬୮ ରନ୍‌ର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୨ଟି ଚୌକା ସହ ୮ଟି ଛକା ମାରିଥିଲେ। ଏହାପୂର୍ବରୁ ଶଶାଙ୍କ ଏକ ଚମତ୍କାର ଇନିଂସ ଖେଳି ଗୁଜୁରାଟ ବିପକ୍ଷରେ ୬୧ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ହାଇଦ୍ରାବାଦ ବିପକ୍ଷରେ ୪୬ ରନ୍ ଏବଂ ମୁମ୍ବାଇ ବିପକ୍ଷରେ ୪୧ ରନ୍ ସଂଗ୍ରହ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଞ୍ଜାବ କିଙ୍ଗ୍ସ ପାଇଁ ଶଶାଙ୍କ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।  ଆଇପିଏଲ୍ ୨୦୨୪ ପାଇଁ ମିନି ନିଲାମରେ ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ତେବେ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ଜିଣ୍ଟା। ଖେଳାଳିଙ୍କ ସହ ପ୍ରୀତି ବହୁତ କ୍ଲୋଜଲି ମିଶିବା ସହ ଶଶାଙ୍କଙ୍କ ଉପରେ ଦୃଢ଼ ଆଶା ଏବଂ ଭରସା ରଖିଛନ୍ତି ପଞ୍ଜାବର ମାଲିକାଣୀ। ଆଗକୁ ଇଣ୍ଡିଆ ଟିମ ପାଇଁ ଜଣେ ଷ୍ଟାର ପ୍ଲେୟର ହୋଇ ବାହାରିବେ ବୋଲି ବିସିସିଆଇ ଭରସା କରିଛି।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
IPS father | Argus News