Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଖେଳାଳି ଫଟୋ ଉଠାଉଥିବା ବିଶ୍ବକପ୍ ଟ୍ରଫି ଅସଲି ନା ନକଲି?

Sangram Tripathy
Browse all articles by Sangram Tripathy
·1 year ago·2 min read
ଖେଳାଳି ଫଟୋ ଉଠାଉଥିବା ବିଶ୍ବକପ୍ ଟ୍ରଫି ଅସଲି ନା ନକଲି?

ଅଗର୍ସ ବ୍ୟୁରୋ : ବିଶ୍ବକପକୁ ନେଇ ରହିଛି ଅନେକ ରୋଚକ ତଥ୍ୟ,ସେ ସମ୍ପର୍କରେ ଜାଣିବାକୁ ଆପଣ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ।କାହା ପାଖରେ ରହେ ବିଶ୍ବକପ୍ ଟ୍ରଫି,
କ୍ରିକେଟ୍ ବୋର୍ଡ କ୍ୟାପଟେନ୍ ନା ଖେଳାଳି ,ଖେଳାଳି ଫଟୋ ସୁଟ୍ କରୁଥିବା ଟ୍ରଫିଅସଲି ନା ନକଲି ।ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ବାର୍ବଡସରେ ବିଜୟର ତ୍ରିରଙ୍ଗା ଉଡାଇଛି ରୋହିତ ସେନା।

 

ବିଶ୍ବ ଦେଖିଛି ଭାରତର ପରାକ୍ରମ। ଧୋନିଙ୍କ ପରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଜିତିଛନ୍ତି ଟି-୨୦ ବିଶ୍ବକପ୍। ଆଉ ୧୭ ବର୍ଷର ଅପେକ୍ଷା ପରେ ଭାରତକୁ ଫେରିଛି ଟ୍ରି-୨୦ ବିଶ୍ବକପ୍ ଟ୍ରଫି,ଭାରତ  ବିଶ୍ବ ବିଜେତ। ବନି ଇତିହାସ ରଚିଛି। ମାତ୍ର ଭାରତକୁ ମିଳିଥିବା ବିଶ୍ବକପ୍ ଟ୍ରଫି,ଅସଲି ନୁହେଁ ,ବରଂ ଅସଲି ଟ୍ରଫି ବଦଳରେ ଟିମ୍ ଇଣ୍ଡିଆକୁ ଆଇସିସି ଧରାଇଦେଇଛି ରିପ୍ଲେକା ଟ୍ରଫି। ବିଶ୍ବବିଜେତା ଟିମକୁ ମିଳେନି ଅସଲି ଟ୍ରଫି ,ଅରିଜିନାଲ୍ ବଦଳରେ ମିଳେ ରେପ୍ଲିକା ଟ୍ରଫି । ଦିନିକିଆ ବିଶ୍ବକପର ଟ୍ରଫି ସୁନାରେ ତିଆରି ହୋଇଥିବାବେଳେଏହାକୁ କେବଳ ବିଜେତା ଟିମ୍ କୁ ସେଲିବ୍ରେସନ ପାଇଁ କରାଯାଇଥାଏ ହସ୍ତାନ୍ତର। ଟି-୨୦ ବିଶ୍ବକପ୍ ଟ୍ରଫିରେ ରୂପା ବ୍ୟବହାର ହୋଇଥାଏ। ଟି-୨୦ ବିଶ୍ବକପ୍ ଟ୍ରଫି ସୁନା ରୂପା ମିଶ୍ରଣରେ ତିଆରି ହୋଇଛି। ଯଦି ବିଶ୍ବବିଜେତା ଟିମ୍ କୁ ନକଲି ଟ୍ରଫି ବା ରେପ୍ଲିକା ଟ୍ରଫି ମିଳେ ତେବେ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିୟ କୁଆଡେ ଯାଏ ବିଶ୍ବକପ୍ ଟ୍ରଫି? କାହିଁକି ଫାଇନାଲିଷ୍ଟକୁ ମିଳେନି ଅସଲି କପ୍ ? ଦେଖିବାକୁ ଗଲେ ଅସଲି ଟ୍ରଫି କେବଳ ମ୍ୟାଚ୍ ସେଲିବ୍ରେସନ ବେଳେ ପଡିଆକୁ ଆସିଥାଏ,ବିଜେତା ଟିମ୍ ତାହା ସହ କରିଥାନ୍ତି ଫଟୋ ସୁଟ୍ ।ଏହା ବଦଳରେ ରେପ୍ଲିକା ଟ୍ରଫି ନିଜ ପାଖରେ ରଖିଥାଏ ବିଶ୍ବବିଜେତା ଟିମ୍ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ବଦେଶରେ ଟ୍ରଫି ଧରି ପହଞ୍ଜିବା ପରେ ଅସଲି ବିଶ୍ବକପକୁ ଆଇସିସିକୁ ଫେରାଇ ଦିଆଯାଇଥାଏ। ମୁଖ୍ୟ ଟ୍ରଫି ଆଇସିସିକୁ ଫେରିବା ପରେ ରେପ୍ଲିକା ଟ୍ରଫି ଚାମ୍ପିୟାନ ଟିମକୁ ମିଳିଥାଏ। ଏହାକୁ ଦେଶର କ୍ରିକେଟ୍ ବୋର୍ଡ ନିଜ ପାଖରେ ରଖିଥାଏ। ଆଇସିସି ମୁଖ୍ୟ ଟ୍ରଫିକୁ ନିଜ ସୋକେସରେ ସଜାଇ ରଖିଥାଏ,ଏହା କେବଳ ମ୍ୟାଚ୍ ସେଲିବ୍ରେସନ ବେଳେ ପଡିଆକୁ ଆସିଥାଏ ଟ୍ରଫି ।ପ୍ରତି କ୍ରିକେଟ୍ ମହାକୁମ୍ଭ ପାଇଁ ରେପ୍ଲିକାଣ୍ଟ ଟ୍ରଫି ତିଆରି ହୋଇଥାଏ। ଏଥିରେ ସୁନା,ରୂପା ବ୍ୟବହାର ହୋଇଥାଏ।

 

ର୍ବୋଡସର ଘୁନିଝଡରେ ଫସିରହିଥିବା ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ  ଭାରତ ଫେରିଛନ୍ତି,ବିଶ୍ବ ବିଜେତା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ମୋଦି ଭେଟିବା ସହ ପ୍ରଶଂସାରେ ପୋତିପକାଇଛନ୍ତି ।ମୁମ୍ବାଇରେ  ଗ୍ରାଣ୍ଡ ସେଲିବ୍ରେସନ ଦେଖିବାକୁ ମିଳିଛି। ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ। ଏନେଇ ଫ୍ୟାନ୍ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି।

Sponsored
Is the World Cup trophy that the players are posing for real or fake? | Argus News