Ishan Kishan / ଧୁଆଁଧାର ବ୍ୟାଟିଂରେ ପାକିସ୍ତାନ ବୋଲରଙ୍କୁ ମାଟି କାମୁଡ଼େଇଲେ ଇଶାନ
·7 months ago·2 min read

Key Points
ଶ୍ରୀଲଙ୍କାରେ ମାଡ଼, ସାରା ବିଶ୍ବରେ ଗୁଞ୍ଜରଣ
କଲମ୍ବୋରେ ଇଷାନ ଝଡ଼ ଆଗରେ ଚିତ ପଟାଙ୍ଗ୍ ପାକିସ୍ତାନ
୪୦ଟି ବଲରେ ୭୭ ରନ୍ର ବିସ୍ଫୋରକ ବ୍ୟାଟିଂ

ଶ୍ରୀଲଙ୍କାରେ ମାଡ଼ ବିଶ୍ବରେ ଗୁଞ୍ଜରଣ। କଲମ୍ବୋରେ ଇଷାନ ଝଡ଼ ଆଗରେ ଚିତ ପଟାଙ୍ଗ୍ ପାକିସ୍ତାନ। ଟିଟ୍ୱେଣ୍ଟି ବିଶ୍ୱକପର ସବୁଠୁ ବଡ଼ ଲଢ଼େଇରେ ଭାରତ ସାମ୍ନାରେ ମାଟି କାମୁଡିଲା ପାକିସ୍ତାନ। କଲମ୍ୱୋ ଫାଇଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୧ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ସୁପର-୮ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।
ଇଶାନ୍ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂରେ ଥରହର ହୋଇଛି ପାକିସ୍ତାନ। ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳର ଓପନର ଅଭିଷେକ ଶର୍ମା ଶୂନରେ ଆଉଟ୍ ହୋଇ ନିରାଶ କରିଥିଲେ ମଧ୍ୟ ମଙ୍ଗ ସମ୍ଭାଳି ନେଇଥିଲେ ଇଷାନ କିଷାନ। ମାତ୍ର ୪୦ଟି ବଲରେ ୭୭ ରନ୍ର ଏକ ବିସ୍ଫୋରକ ପାଳି ଖେଳି ପାକିସ୍ତାନୀ ବୋଲରଙ୍କୁ ନାକେଦମ୍ କରିଦେଇଥିଲେ ଇଶାନ୍ କିଷାନ୍।
ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ଉପଯୋଗୀ ଯୋଗଦାନ ବଳରେ ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ର ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲା।
୧୭୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଣିତ ବୋଲିଂ ଆଗରେ କେହି ବି ପାକିସ୍ତାନୀ ବ୍ୟାଟର ବେଶି ସମୟ ତିଷ୍ଠି ପାରିନଥିଲେ। ଖାସକରି ପାକିସ୍ତାନୀ ଅଧିନାୟକ ସଲମାନ ଆଗା ଏବଂ ବାବର ଆଜମ ଶସ୍ତାରେ ଆଉଟ୍ ହେବା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ମଧ୍ୟଭାଗରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କ ଫାଶରେ ଛନ୍ଦି ହୋଇଥିଲା ପାକିସ୍ତାନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରା ଦଳ ମାତ୍ର ୧୮ ଓଭରରେ ୧୧୪ ରନ୍ କରି ଅଲ୍-ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ବୁମ୍ରା, ହାର୍ଦ୍ଦିକ, ଅକ୍ଷର ଓ ବରୁଣ ସମସ୍ତେ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଭାରତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନିଜର ଆଧିପତ୍ୟ ବଜାୟ ରଖିଛି।
ପଢ଼ନ୍ତୁ ଏହି ଖବର: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ଶବ୍ଦର ପୋଷ୍ଟ
କେବଳ ମଇଦାନରେ ନୁହେଁ, ବରଂ ପୁରା ଦେଶରେ ଏବେ ଉତ୍ସବର ମାହୋଲ। ତେବେ ଷ୍ଟାଡିୟମରେ ଆଜି ଉଭୟ ଦଳର ଅଧିନାୟକ ହାତ ନ ମିଳାଇବା ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ଏହି ବିଜୟ ସହ ଭାରତ ଏବେ ସୁପର-୮ରେ ନିଜ ସ୍ଥାନ ପକ୍କା କରିସାରିଛି। ଗ୍ରୁପ ଏରୁ ସୁପର 8ରେ ପ୍ରବେଶ କରିଥିବା ପ୍ରଥମ ଦଳ ବନିଛି ଭାରତ।
ବହୁ ପ୍ରତୀକ୍ଷିତ ମ୍ୟାଚରେ ଇଶାନ କିଶନ ୭୭ ରନର ଧମାକାଦାର ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସ ବଳରେ ଭାରତ ମ୍ୟାଚ୍ ଜିତି ପାରିଛି। ତେବେ ମହାମୁକାବିଲା ସମୟରେ ଇଶାନ କିଶନଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଛି। ଇଶାନଙ୍କ ଦାଦା ଅନୁରାଗ ପାଣ୍ଡେ ଗାର୍ଲଫ୍ରେଣ୍ଡଙ୍କ ନାଁ ଜଣାଇଛନ୍ତି। ଏହା ପରେ ଇଶାନଙ୍କ ଜୟପୁରର ମଡେଲ ଆଦିତି ହୁଣ୍ଡିଆଙ୍କ ସହିତ ଚାଲିଥିବା ପ୍ରେମ ସଂପର୍କ ସ୍ପଷ୍ଟ ହୋଇଛି।

Related Topics
Explore more stories