Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Celebrity Wedding Update / ଇଶାନଙ୍କୁ ନେଇ ଜେଜେବାପା ଦେଲେ ବଡ଼ ଅପଡେଟ... ନାତି ଯୋଉଠି କହିବ ସେଇଠି ବିବାହ ହେବ

Ritu Das
Browse all articles by Ritu Das
·4 months ago·2 min read
ଇଶାନଙ୍କୁ ନେଇ ଜେଜେବାପା ଦେଲେ ବଡ଼ ଅପଡେଟ... ନାତି ଯୋଉଠି କହିବ ସେଇଠି ବିବାହ ହେବ
India

Key Points

ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ଏକ ସାକ୍ଷାତକାରରେ ଇଶାନଙ୍କ ପସନ୍ଦ ଓ ବିବାହ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି।
ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚରେ ଇଶାନ କିଶାନ ଜବରଦସ୍ତ ୭୭ ରନର ଇନିଂସ ଖେଳିଥିଲେ। ଏମିତି ଧୂଆଁଧାର ବ୍ୟାଟିଂ କରିଥିଲେ ଯେ, ପାକିସ୍ତାନୀ ଅଣ୍ଟା ଭାଙ୍ଗିଗଲା। ଭାରତ ପାକିସ୍ତାନରୁ ୬୧ ରନରେ ପରାସ୍ତ କରିଥିଲା। କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ। ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ଏକ ସାକ୍ଷାତକାରରେ ଇଶାନଙ୍କ ପସନ୍ଦ ଓ ବିବାହ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି।



ଇଶାନ ବର୍ତ୍ତମାନ କଲମ୍ବୋରେ ଅଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଭାରତକୁ ବିଶ୍ୱକପ ଜିତାଇବା ଉପରେ ରହିଛି। ତେବେ ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ ଶେଷ ହେବା ପରେ ଇଶାନ ଜୀବନର ନୂଆ ଇନିଂସ ଆରମ୍ଭ କରିପାରନ୍ତି। ଜେଜେବାପା କହିଛନ୍ତି ଯେ, ଇଶାନ ଯାହାକୁ ପସନ୍ଦ କରିବେ ତାଙ୍କୁ ଘରର ବୋହୂ ଭାବେ ଗ୍ରହଣ କରିବାକୁ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଅନୁରାଗ ପାଣ୍ଡେଙ୍କ କହିବା ଅନୁସାରେ, ଇଶାନଙ୍କ ବଡ଼ ଭାଇ ମଧ୍ୟ ନିଜ ପସନ୍ଦର ଝିଅକୁ ବିବାହ କରିଛନ୍ତି। ତେଣୁ ଇଶାନଙ୍କ ନିଷ୍ପତ୍ତିରେ ମଧ୍ୟ ପରିବାର ଖୁସି। ଲୋକେ କ’ଣ କହିବେ ସେଥିରେ କିଛି ଯାଏ ଆସେ ନାହିଁ। ନାତି ଯାହା ସହ ଖୁସିରେ ରହିବ, ତାହା ହିଁ ଆମ ପାଇଁ ସବୁଠୁ ବଡ଼ କଥା।
କେବଳ ଏତିକି ନୁହେଁ ଇଶାନଙ୍କ ଜେଜେବାପା ସିଧାସଳଖ ଈଶାନଙ୍କ ଅଦିତି ହୁଣ୍ଡିଆଙ୍କ ନାଁ ନେଇଛନ୍ତି। ଅଦିତି ଜଣେ ପ୍ରତିଷ୍ଠିତ ମଡେଲ ଏବଂ ସୋସିଆଲ ମିଡିଆ ଷ୍ଟାର। ସେ ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ରନର୍ସ-ଅପ ରହିଥିଲେ ଏବଂ ‘ମିସ ସୁପ୍ରାନାସନାଲ ଇଣ୍ଡିଆ ୨୦୧୮’ ଟାଇଟଲ ମଧ୍ୟ ଜିତିଛନ୍ତି। ରିପୋର୍ଟ ଅନୁଯାୟୀ, ଅଦିତିଙ୍କ ନେଟୱର୍ଥ ପ୍ରାୟ ୧୨ କୋଟି ଟଙ୍କା। ସେ ଜୟପୁରର ବାସିନ୍ଦା।

ଏହାସହ ପଢ଼ନ୍ତୁ: ଭାରତଠୁ ହାରିବା ପରେ ପାକିସ୍ତାନ ସ୍ଥିତି ଶୋଚନୀୟ... ସୁପର-୮କୁ ଯିବା କଷ୍ଟକର

ଇଶାନଙ୍କ ଜେଜେବାପା କହିଛନ୍ତି ଯେ ଇଶାନ ତାଙ୍କୁ କହିଥିଲେ ଯେ ଅଦିତି ତାଙ୍କର ଏକ ପୁରୁଣା ସାକ୍ଷାତକାର ଦେଖି ବହୁତ ଖୁସି ହୋଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଅଦିତି ଏବଂ ଇଶାନଙ୍କ ସମ୍ପର୍କକୁ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସ୍ବୀକୃତି ମିଳିସାରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ishan’s Grandfather Shares Big Update on His Marriage Decision | Argus News