Ishan Kishan Statement / ଅଭିଷେକଙ୍କୁ ନେଇ ଇଶାନ କହିଲେ ବଡ଼ କଥା…ଅନ୍ୟମାନଙ୍କ ମେଣ୍ଟାଲ ହେଲ୍ଥ ଖରାପ କରି ନିଜେ ସେଲିବ୍ରେଟ କେମିତି କରୁଛ?
·36 mins ago·2 min read

Key Points
ଧୂଆଁଧାର ମାଡ଼ ପରେ ପଡ଼ିଆରେ ଧ୍ୟାନମୁଦ୍ରାରେ ସେଲିବ୍ରେଶନ
ଏହି ସେଲିବ୍ରେଶନ ଦେଖି ବଡ଼ କଥା କହିଦେଲେ ଇଶାନ କିଷନ

ଧୂଆଁଧାର ମାଡ଼ ପରେ ପଡ଼ିଆରେ ଧ୍ୟାନମୁଦ୍ରାରେ ସେଲିବ୍ରେଶନ। ଏହି ସେଲିବ୍ରେଶନ ଦେଖି ବଡ଼ କଥା କହିଦେଲେ ଇଶାନ କିଷନ। ବିଧ୍ୱଂସୀ ବ୍ୟାଟିଂ ବଳରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ୬ ୱିକେଟ୍ରେ ବିଜୟ ହାସଲ କରିଛି । ଆଗୁଆ ସିରିଜ କବ୍ଜା କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୧୩.୨ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚ ବିଜୟୀ ଇନିଂସ ପାଇଁ ଅଭିଷେକ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
ୱେଲିଂଟନରେ ଭାରତର ଦୁଇ ଓପନର ଚୌକା ଓ ଛକାର ଝଡ଼ ସୃଷ୍ଟି କରିଥିଲେ । ଅଭିଷେକ ୧୧ଟି ଛକା ଓ ୯ଟି ଚୌକା ମାରିଥିଲେ । ବୈଭବ ୪ଚୌକା ଓ ୪ ଛକା ବଳରେ ୧୯ଟି ବଲ୍ରୁ ୪୫ ରନ୍ ସଂଗ୍ରହ କରିଥିଲେ । ଅଭିଷେକ ୩୮ଟି ବଲ୍ରୁ ୧୧୩ ରନ କରି ଆଉଟ୍ ହୋଇଥିଲେ । ଟି-ଟ୍ୱେଣ୍ଟିରେ ଏହା ତାଙ୍କର ଚତୁର୍ଥ ଶତକ ରହିଥିଲା । ଅଭିଷେକଙ୍କର ଏହି ବିସ୍ଫୋରଣ ପରେ ତାଙ୍କୁ ଈଶାନ କିଷନ ଦେଇଥିବା ବୟାନ ଭାଇରାଲ ହେଉଛି।
ଅଭିଷେକ ମାତ୍ର ୩୫ ବଲରେ ଶତକ ହାସଲ କରିଥିଲେ, ଯାହା ଟି-୨୦ରେ ଭାରତ ପାଇଁ ଦ୍ୱିତୀୟ ଦ୍ରୁତତମ ଶତକ । ଶତକ ପୂରଣ କରିବା ପରେ ସେ ନିଜର ସ୍ୱତନ୍ତ୍ର ଧ୍ୟାନ ମୁଦ୍ରାରେ ଉତ୍ସବ ପାଳନ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରିଛି, ଯେଉଁଥିରେ ଈଶାନ କିଶନ ହସିକି କହୁଛନ୍ତି ଯେ ଅଭିଷେକ ନିଜେ ଧ୍ୟାନ କରନ୍ତି, କିନ୍ତୁ ଅନ୍ୟମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିବା ପାଇଁ କାମ କରୁଛନ୍ତି । ଅଭିଷେକଙ୍କ ଝଡ଼ତୋଫାନ ଇନିଂସ ଉପରେ ଈଶାନ କିଶନ କହିଛନ୍ତି, "ସେ ଅନ୍ୟମାନଙ୍କ ମେଣ୍ଟାଲ ହେଲ୍ଥ ନଷ୍ଟ କରି ନିଜେ ଧ୍ୟାନ କରିଛନ୍ତି" ଅଭିଷେକ ଭଗବାନ ଶିବଙ୍କ ଭକ୍ତ ଏବଂ ଅନେକ ସମୟରେ ମନ୍ଦିର ଦର୍ଶନର ଫଟୋ ଏବଂ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ୱେଲିଂଟନରେ ଶତକ ହାସଲ ପରେ ସେ ଧ୍ୟାନ ମୁଦ୍ରାରେ ଗ୍ରାଉଣ୍ଡରେ ବସି ସଫଳତାକୁ ସେଲିବ୍ରେସନ କରିଥିଲେ ।
ଇଶାନ କିଶନ ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ଖେଳି ପାରିନଥିଲେ । ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀ ଉଭୟ ଥର ପ୍ଲେଇଙ୍ଗ ଏକାଦଶରେ ସୁଯୋଗ ପାଇଛନ୍ତି । ବୈଭବ ଏବଂ ଅଭିଷେକ ଏକାଠି ୱେଲିଂଟନରେ ବ୍ୟାଟିଂ ବିସ୍ଫୋରଣ କରିଥିଲେ । ସେମାନେ ମିଶି ୭ ଓଭରରେ ୧୩୩ ରନ୍ କରିଥିଲେ । ବୈଭବ ୧୯ ବଲରେ ୪୫ ରନ୍ ର ଝଡ଼ତୋଫାନ ଇନିଂସ ଖେଳିଥିଲେ । ଅଭିଷେକଙ୍କୁ ମେଡିଟେସନ କଥା କହି ଏକପ୍ରକାର ଚିଡାଇଥିଲେ ଈଶାନ କିଷନ ।
The irony, Abhi 😂🧡 https://t.co/Hg4HZhUQzC
— SunRisers Hyderabad (@SunRisers) October 27, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories