Videos
|
Sports

Ishan Kishan / ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷନଙ୍କ ଦ୍ୱିଶତକ, ରଚିଲେ ଇତିହାସ

Sushanta Sahoo
Browse all articles by Sushanta Sahoo
·51 mins ago·2 min read
ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଷନଙ୍କ ଦ୍ୱିଶତକ, ରଚିଲେ ଇତିହାସ
Ishan Kishan’s 250 in Duleep Trophy Final

Key Points

ଇଶାନଙ୍କ ୨୫୦ ରନ୍‌ର ଇନିଂସ ଦୁଲୀପ ଟ୍ରଫି ଫାଇନାଲର ଏକ ବଡ଼ ବ୍ୟକ୍ତିଗତ ସ୍କୋର । ଇଶାନଙ୍କ ଏହି ଇନିଂସ ତାଙ୍କ ଫାର୍ଷ୍ଟ କ୍ଲାସ୍ କ୍ରିକେଟ୍‌ରେ ଆଉ ଏକ ବଡ଼ ରେକର୍ଡ ଯୋଡ଼ିଛି ।
ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬-୨୭ର ଫାଇନାଲରେ ଇଶାନ କିଷନଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ମିଳିଛି । ସାଉଥ୍ ଜୋନ୍ ବିପକ୍ଷରେ ଇଷ୍ଟ ଜୋନ୍‌ର ଅଧିନାୟକ ଇଶାନ ଦ୍ୱିଶତକ ହାସଲ କରିଛନ୍ତି । ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଇଶାନଙ୍କୁ ଏହି ସଫଳତା ମିଳିଛି ।

ପ୍ରଥମ ଦିନ ଖେଳ ଶେଷ ବେଳକୁ ଇଶାନ ୧୧୧ ରନ୍‌ରେ ନଟ୍‌ଆଉଟ୍ ଥିଲେ । ଦ୍ୱିତୀୟ ଦିନରେ ମଧ୍ୟ ସେ ଦମଦାର୍ ବ୍ୟାଟିଂ କରିଛନ୍ତି । ୨୬ଟି ଚୌକା ଓ ୨ଟି ଛକା ସହାୟତାରେ ୨୭୦ ବଲ୍‌ରେ ଦ୍ୱିଶତକ ହାସଲ କରିଛନ୍ତି ଇଶାନ କିଷନ । ଇଷ୍ଟ ଜୋନ୍‌ର ପ୍ରଥମ ପାଳିରେ ୧୧ତମ ଓଭରରେ ଦେବଦତ୍ତ ପଡିକଲଙ୍କ ଦ୍ଵିତୀୟ ବଲ୍‌ରେ ଚୌକା ମାରି ଇଶାନ କିଷନ ୨୦୦ ରନ୍ ପୂରଣ କରିଛନ୍ତି ।

ଦୁଲୀପ ଟ୍ରଫିରେ ଏହା ଇଶାନଙ୍କ ପ୍ରଥମ ଦ୍ୱିଶତକ । ଏଥିସହ ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ହାସଲ କରିଥିବା ପଞ୍ଚମ ବ୍ୟାଟର ହେଉଛନ୍ତି ଇଶାନ କିଷନ । ଇଷ୍ଟ ଜୋନ୍ ପକ୍ଷରୁ ଫାଇନାଲରେ ଦ୍ୱିଶତକ ମାରିବାରେ ଇଶାନ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ।

ଦୁଲୀପ ଟ୍ରଫି ଫାଇନାଲ‌ରେ ଦ୍ଵିଶତକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ କରିଥିବା ପୂର୍ବତନ ବ୍ୟାଟରଙ୍କ ତାଲିକାରେ ରମନ ଲାମ୍ବା, ଅଂଶୁମାନ ଗାଏକୱାଡ଼, ଚେତେଶ୍ୱର ପୂଜାରା ଓ ଯଶସ୍ୱୀ ଜୟସୱାଲଙ୍କ ନାଁ ରହିଛି । ଇଶାନ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି।

ଇଶାନଙ୍କ ଏହି ବଡ଼ ଇନିଂସ ସହ ଇଷ୍ଟ ଜୋନ୍‌ର ସ୍ଥିତି ମଧ୍ୟ ମଜଭୁତ୍ ହୋଇଛି । ତାଙ୍କ ସହ କୁମାର କୁଶାଗ୍ର ମଧ୍ୟ ଶତକ ହାସଲ କରି ଇଷ୍ଟ ଜୋନ୍‌ର ବଡ଼ ସ୍କୋରରେ ଯୋଗଦାନ କରିଛନ୍ତି । ଇଶାନ ଓ କୁଶାଗ୍ରଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୨୩୦ ରନ୍‌ର ଭାଗିଦାରୀ ଇଷ୍ଟ ଜୋନକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛି ।

ପରେ ଇଶାନ ୨୫୦ ରନ୍‌ରେ ପହଞ୍ଚିବା ପରେ ରିଟାୟର୍ଡ ହର୍ଟ ହୋଇଥିଲେ । ଇଶାନଙ୍କ ୨୫୦ ରନ୍‌ର ଇନିଂସ ଦୁଲୀପ ଟ୍ରଫି ଫାଇନାଲର ଏକ ବଡ଼ ବ୍ୟକ୍ତିଗତ ସ୍କୋର । ଇଶାନଙ୍କ ଏହି ଇନିଂସ ତାଙ୍କ ଫାର୍ଷ୍ଟ କ୍ଲାସ୍ କ୍ରିକେଟ୍‌ରେ ଆଉ ଏକ ବଡ଼ ରେକର୍ଡ ଯୋଡ଼ିଛି । ଇଶାନଙ୍କ ଫାର୍ଷ୍ଟ କ୍ଲାସ୍ କ୍ୟାରିୟରର ସର୍ବୋଚ୍ଚ ସ୍କୋର ୨୭୩ ରନ୍ । ଯାହା ସେ ଝାଡ଼ଖଣ୍ଡ ପକ୍ଷରୁ ଦିଲ୍ଲୀ ବିପକ୍ଷରେ ରଣଜୀ ଟ୍ରଫିରେ କରିଥିଲେ ।

ଭାଙ୍ଗିଲେ ୩୯ ବର୍ଷର ରେକର୍ଡ

ଇଶାନ କିଷନ, ଅଂଶୁମାନ ଗାଏକୱାଡ଼ଙ୍କ ୩୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଇଶାନଙ୍କ ପୂର୍ବରୁ ଅଂଶୁମାନଙ୍କ ନାଁରେ ଅଧିନୟକ ବାବେ ଦୁଲୀପ ଟ୍ରଫି ଫାଇନାଲ୍‌ରେ ସର୍ବାଧିକ ରନ୍ ରେକର୍ଡ ଥିଲା । ଅଂଶୁମାନ ୧୯୮୭ରେ ୱେଷ୍ଟ ଜୋନ୍ ପକ୍ଷରୁ ନର୍ଥ ଜୋନ୍ ବିପକ୍ଷରେ ୩୪୪ ବଲ୍‌ରେ ୩୧ ଚଉକା ସହାୟତାରେ ୨୧୬ ରନ୍ କରିଥିଲେ ।