Videos
|
Sports

ଭାରତ, ପାକିସ୍ତାନ ଯିବନି ବୋଲି ଏକପ୍ରକାର ସ୍ପଷ୍ଟ

Ritu Das
Browse all articles by Ritu Das
·2 years ago·2 min read
ଭାରତ, ପାକିସ୍ତାନ ଯିବନି ବୋଲି ଏକପ୍ରକାର ସ୍ପଷ୍ଟ

ଅର୍ଗସ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ୧୯ ଫବୃୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନ ଦ୍ବାରା ଆୟୋଜିତ ହେବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିସିସିଆଇ ଆନୁଷ୍ଠାନିକ ଭାବେ ଯଦିଓ ସ୍ପଷ୍ଟ କରିନାହିଁ। କିନ୍ତୁ ମିଡିଆ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତରେ ଯିବାକୁ ଟିମ ଇଣ୍ଡିଆର ମୁଡ ଆଦୌ ନାହିଁ। ବର୍ତ୍ତମାନ ଆଇସିସି ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟକା ଦେଇ ଟୁର୍ନାମେଣ୍ଟ ପାଇଁ ପ୍ଲାନ ବି ପ୍ରସ୍ତୁତ ସରିଛି। 

ଏହି କାର୍ଯ୍ୟକ୍ରମ ପାଇଁ ପାକିସ୍ତାନକୁ ଆଇସିସି ୬୫ ମିଲିୟନ ଡଲାରର ବଜେଟ ଅନୁମୋଦନ କରିଛି। ତେବେ  ଆଇସିସି ଜାଣିଶୁଣି ପାକିସ୍ତାନକୁ ଅଧିକ ବଜେଟ୍ ଦେଇଛି ବୋଲି କୁହାଯାଉଛି। ଯାହାଦ୍ବାରା ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇପାରିବ। ମାନେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରେ ନାହିଁ। ତେବେ ପାକିସ୍ତାନ ବାହାରେ ମଧ୍ୟ କିଛି ମ୍ୟାଚ ଆୟୋଜିତ ହେବ। ତେବେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ଏହି ଟୁର୍ନାମେଣ୍ଟ ଖେଳିବ ବୋଲି କୁହାଯାଉଛି, ଯେଉଁଥିରେ ଭାରତର ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଅନୁଷ୍ଠିତ ହେବ।

ଗତ ବର୍ଷ ଏସିଆ କପ୍ ସମୟରେ ମଧ୍ୟ ଭାରତ ପାକିସ୍ତାନ ଗସ୍ତ କରି ନ ଥିଲା। ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ଯଦି ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲ ଅଧୀନରେ ଭାରତ ମ୍ୟାଚ୍ ଖେଳେ, ତେବେ ଟୁର୍ନାମେଣ୍ଟ ଆୟୋଜନ ଖର୍ଚ୍ଚ ବଢ଼ିବ। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ୬୫ ମିଲିୟନ୍ ଡଲାରର ବଜେଟ୍ ଦେଇଛି। 
ଯଦି ଭାରତୀୟ ଦଳ ପାକିସ୍ତାନ ଖେଳିବାକୁ ଯିବ ନାହିଁ, ତେବେ ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନ ବାହାରେ ଏହାର ମ୍ୟାଚ୍ ଆୟୋଜିତ ହେବ। ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ସେଥିପାଇଁ ବଜେଟ୍ ରାଶି ମଧ୍ୟ ବୃଦ୍ଧି କରାଯାଇଛି।

ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଏବଂ ଚାମ୍ପିଅନ୍ସ ଟ୍ରଫି ପାଇଁ ଆଇସିସିକୁ ପଠାଯାଇଥିବା ଫର୍ମାଟ ଅନୁଯାୟୀ ଏହି ପ୍ରତିଯୋଗିତା ୨୦୨୫ ଫେବୃଆରୀ ୧୯ ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ। ଭାରତର ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ହେବ। ପ୍ରତିଯୋଗିତାର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ପାଇଁ ଧାର୍ଯ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାର୍ଚ୍ଚ ୧୦ ଫାଇନାଲ୍ ପାଇଁ ସଂରକ୍ଷିତ ରହିଛି। ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସିକୁ ପ୍ରସ୍ତାବ ଦେଇଛି। ତେବେ ଆଇସିସି ଭାରତ ସପକ୍ଷରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

It is quite | Argus News