Videos
|
Sports

ଏମିତି କରୁଥିଲେ ପାଣ୍ଡ୍ୟା ଧରିପଡିଗଲା ସତ!

Sangram Tripathy
Browse all articles by Sangram Tripathy
·2 years ago·1 min read
ଏମିତି କରୁଥିଲେ ପାଣ୍ଡ୍ୟା ଧରିପଡିଗଲା ସତ!


ଅର୍ଗସ ବ୍ୟୁରୋ: କ୍ରିକେଟର ଗୁଡ୍ ବୟ ପ୍ରେମରେ କିନ୍ତୁ ବ୍ୟାଡ୍ ବୟ। ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା,କେତେବେଳେ କ୍ରିକେଟକୁ ନେଇ ତ ଆଉ କେତେବେଳେ ନିଜର ବ୍ୟକ୍ତିଗତ ଲାଇଫ୍ ଲାଇନକୁ ନେଇ ବେଶ ଚର୍ଚ୍ଚାରେଥାନ୍ତି ହାର୍ଦ୍ଦିକ। ଏଥର କିନ୍ତୁ ଚର୍ଚ୍ଚା ପାଣ୍ଡ୍ୟାଙ୍କ ନୂଆ ଇନିଂସକୁ ନେଇ। ହାର୍ଦ୍ଦିକଙ୍କ ସୁଇଙ୍ଗ୍ ରେ କୁଆଡେ କ୍ଲିନ୍ ବୋଲ୍ଡ ହୋଇଯାଇଛନ୍ତି ବଲିଉଡର ନଟଖଟି ନାୟିକା ଅନନ୍ୟା ପାଣ୍ଡେ

କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ  ଡିଭୋର୍ସ ହୋଇଯାଇଥିଲା,ପୁଅ ଅଗସ୍ତାକୁ ନେଇ ସର୍ବିଆକୁ ଚାଲିଯାଇଥିଲେ ପତ୍ନୀ। ପୁଅ କଥା ପାଣ୍ଡ୍ୟାଙ୍କର ମନେ ପଡୁଛି,କିନ୍ତୁ ଆଉ ମନେ ପଡୁନାହାନ୍ତି ନତାଶା। କୁଆଡେ ମନେ ପଡୁଛନ୍ତି ନୂଆ ପ୍ରେମିକା ଅନନ୍ୟା,ସେଥିପାଇଁ ତ ଆନୋମନା ହୋଇଯାଇଛନ୍ତି ହାର୍ଦ୍ଦିକ । କିଛି ଦିନ ପୂର୍ବରୁ ଅମ୍ବାନୀଙ୍କ ବିବାହ ପାର୍ଟିରେ ନିକଟତର ହୋଇଥିଲେ ହାର୍ଦ୍ଦିକ-ଅନନ୍ୟା। ଉଭୟଙ୍କ ଡ୍ୟାନ୍ସ ଦେଖି ଆଖି ଲାଖି ଯାଇଥିଲା ଦେଖଣାହାରୀଙ୍କର,ଡ୍ୟାନ୍ସରେ ବି ପ୍ରେମର ଝଲକ ଦେଖିବାକୁ ମିଳୁଥିଲା,ଆଉ ସେବେ ଠୁ ସେମାନଙ୍କ ଭିତରେସମ୍ପର୍କ କୁଆଡେ ନିବିଡ ହୋଇଚାଲିଛି,ପାଣ୍ଡିଆଙ୍କ ଅସମୟରେ ସାନ୍ତନା ଦେଉଛନ୍ତି ଅନନ୍ୟା ।

ବିଭିନ୍ନ ଆଡେ ଲୁଚିଛପି ଉଭୟ ଉଭୟଙ୍କୁ ଭେଟୁଥିବାର ଖବର ମଧ୍ୟ ଆସୁଛି। ସେମାନେ ପୂର୍ବରୁ ଭଲ ସାଙ୍ଗମଧ୍ୟ ଥିଲେ,ଆଉ ଏବେ ଆପଣଙ୍କମାନେ ବୁଝିସାରିଥିବେ ନିଶ୍ଚୟ। କିଛି ଦିନ ପୂର୍ବରୁ ହାର୍ଦ୍ଦିକ ତାଙ୍କ ପତ୍ନୀଙ୍କୁ ଡିଭୋର୍ସ ଦେଇଥିବା ଖବର ଶୁଣି ଫ୍ୟାନମାନଙ୍କୁ ଝଟକା ଲାଗିଥିଲା। ଖୁବଶୀଘ୍ର ଫ୍ୟାନ୍ସ ଶୁଣିବେ ଖୁସି ଖବର। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ସଭିଏଁ କହୁଛନ୍ତୁ ଧରିପଡିଗଲା ପାଣ୍ଡ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: