Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ସୂର୍ଯ୍ୟ ବାହିନୀ,ଡେବ୍ୟୁ କରିବେ ମୟଙ୍କ

Sports

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ସୂର୍ଯ୍ୟ ବାହିନୀ,ଡେବ୍ୟୁ କରିବେ ମୟଙ୍କ

Sangram Tripathy
Browse all articles by Sangram Tripathy
·1 year ago·1 min read
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ସୂର୍ଯ୍ୟ ବାହିନୀ,ଡେବ୍ୟୁ କରିବେ ମୟଙ୍କ

ଅର୍ଗସ ବ୍ୟୁରୋ:ଟେଷ୍ଟ ଶେଷ ପରେ ବାଂଲାବାହିନୀ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ,କରିବ ବାଘ ଶିକାର। ଏଥିଲାଗି ବାଂଲାଦେଶ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ  ବିସିସିଆଇ ଘୋଷଣା କରିଛି ୧୫ ଜଣିଆ ସୂର୍ଯ୍ୟ ବାହିନୀ । ଅକ୍ଟୋବର ୬ରୁ ଗ୍ୱାଲିୟରରେ,୯ରେ ଦିଲ୍ଲୀ,୧୨ ତାରିଖରେ ହାଇଦ୍ରାବାଦରେ ମ୍ୟାଚ୍ ଖେଳାଯିବ,ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ଦଳରେ ନୂଆ ମୁହଁ ଭାବେ ଆଇପିଏଲର ସ୍ପିଡ ଷ୍ଟାର ୨୨ ବର୍ଷୀୟ  ମୟଙ୍କ ଯାଦବଙ୍କୁ ପ୍ରଥମ ଥର ଟି-୨୦ରେ ସାମିଲ କରାଯାଇଛି । ଆଇପିଏଲରେ ତାଙ୍କ ଜଲୱା ଦେଖିଛନ୍ତି ଦର୍ଶକ,ତାଙ୍କ ବୋଲିଂ ସ୍ପିଡ୍ ସମସ୍ତେ ତାଙ୍କ ଫ୍ୟାନ୍ ପାଲଟିଛନ୍ତି।

ଦୀର୍ଘ ୩ ବର୍ଷ ପରେ ଭାରତୀୟ ଟି-୨୦ ଟିମକୁ ଫେରିଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ଏହି ସିରିଜରୁ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବଂ ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କୁ ଦଳରୁ ବାଦ୍ ଦିଆ ଯାଇଛି । ଆଫଗାନିସ୍ତାନ ବିପକ୍ଷ ଟି-୨୦ରେ ନଜର ଆସିଥିବା ୱିକେଟ୍ କିପର ଜିତେଶ ଶର୍ମା ପୁଣି ଥରେ କମବ୍ୟାକ କରିଛନ୍ତି। ଜିମ୍ବାୱେ ଟୁରରୁ ବାଦ ପଡ଼ିଥିବା ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମଧ୍ୟ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ବାଂଲାଦେଶ ବିପକ୍ଷରେ ଅଭିଷେକ ଶର୍ମା ପୁଣିଥରେ ଓପନର ଭାବେ ନଜର ଆସିବେ ୉ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଲୱା ଦେଖିବେ ଦର୍ଶକ ପୁଣି  ଶୁଭିବ ହାର୍ଦ୍ଦିକ ହାର୍ଦ୍ଦିକ ନାରା। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସଞ୍ଜୁ ସାମସନଙ୍କୁ ଚୟନ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ୍ କିଶାନ୍ ଇରାନୀ କପ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନାମ ସାମିଲ ଥିବାରୁ ତାଙ୍କୁ ବାଦ୍ ଦେଇଛି ଟିମ ଇଣ୍ଡିଆ । ସୂର୍ଯ୍ୟ ବାହିନୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର,ଅପେକ୍ଷା ଅକ୍ଟୋବର ୬କୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It was announced for the T-20 series against Bangladesh, Surya Bhaghan will make his debut | Argus News