Videos
|
Sports

ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ସ୍ଥାନ ପାଇଛି ଇଟାଲୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ସ୍ଥାନ ପାଇଛି ଇଟାଲୀ

Key Points

ଇତିହାସ ରଚିଲା ଇଟାଲୀ

ଫୁଟବଲ ନୁହେଁ କ୍ରିକେଟରେ ଇତିହାସ ସୃଷ୍ଟି କରିଛି ଇଟାଲୀ

ଇତିହାସ ରଚିଲା ଇଟାଲୀ। ଫୁଟବଲ ନୁହେଁ କ୍ରିକେଟରେ ଇତିହାସ ସୃଷ୍ଟି କରିଛି ଇଟାଲୀ। ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟ୍ବେଣ୍ଟି-20 ବିଶ୍ବକପ୍ ଲାଗି ଇଟାଲୀ ଯୋଗ୍ୟତା ଅର୍ଜନ କରିଛି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେଦରଲାଣ୍ଡଠାରୁ ଇଟାଲୀ ପରାସ୍ତ ହୋଇଥିଲେ ସୁଦ୍ଧା ନେଟ ରନ ରେଟ୍ ଆଧାରରେ ଯୋଗ୍ୟତା ହାସଲ କରିଛି। ତେଣୁ ପ୍ରଥମ ଥର ଲାଗି ଇଟାଲୀକୁ କ୍ରିକେଟର କୌଣସି ବଡ଼ ପ୍ରତିଯୋଗିତାରେ ଦେଖିବାକୁ ମିଳିବ। ଭାରତ ଏବଂ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଖେଲାଯିବ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇଟାଲୀ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ସ୍ଥାନ ପାଇଛି।


ଇଟାଲୀ ସହିତ, ନେଦରଲାଣ୍ଡ ମଧ୍ୟ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ୨୦୨୬ ଟି୨୦ ବିଶ୍ୱକପ ପାଇଁ ମୋଟ ୨୦ ଦଳ ରହିବେ। ଇଟାଲୀ ଏବଂ ନେଦରଲ୍ୟାଣ୍ଡ ଯୋଗ୍ୟତା ଅର୍ଜନ କରିବା ପରେ, ଟୁର୍ନାମେଣ୍ଟ ପାଇଁ ୧୫ ଦଳ ନିର୍ଣ୍ଣୟ କରାଯାଇଛି। ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ବ୍ୟତୀତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଇଂଲଣ୍ଡ, ଆମେରିକା, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ କାନାଡା ଏପର୍ଯ୍ୟନ୍ତ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫ଟି ଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
italy-create-history-qualify-for-t20-world-cup-2026-in-india-and-sl | Argus News