|
logo
Live

Argus News - ଦିବ୍ୟାଙ୍ଗ କ୍ରିକେଟରଙ୍କ ଜୀବନୀ ଉପରେ ହେବ ବାୟୋପିକ

Sports

ଦିବ୍ୟାଙ୍ଗ କ୍ରିକେଟରଙ୍କ ଜୀବନୀ ଉପରେ ହେବ ବାୟୋପିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦିବ୍ୟାଙ୍ଗ କ୍ରିକେଟରଙ୍କ ଜୀବନୀ ଉପରେ ହେବ ବାୟୋପିକ

ଅର୍ଗସ ବ୍ୟୁରୋ:  କ୍ରିକେଟ ଓ କ୍ରିକେଟରଙ୍କୁ କିଏ ବା ନଜାଣେ। ଠିକ ସେହିପରି ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସୈନ ଲୋନଙ୍କ ନାଁ ଶୁଣିଲା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାହିଁକି ନା ସେ ସେମିତି ଚମତ୍କାର ଖେଳନ୍ତି। କାଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟ। ଅନନ୍ତନାଗର ବାସିନ୍ଦା ଆମିରଙ୍କ ଜୀବନୀ ବେଶ ପ୍ରେରଣାଦାୟକ ।କେବଳ କାନ୍ଧ ସହାୟତାରେ ବ୍ୟାଟିଂ କରି ଆମିର ବେଶ ସଫଳ ହୋଇ ପାରିଛନ୍ତି । ତେବେ ଦୁଇ ହାତ ନଥିବା ସତ୍ତ୍ୱେ ନିଜର ଯାଦୁ ସମସ୍ତଙ୍କୁ ଦେଖାଇଥିବା ହୂସୈନଙ୍କ ଜୀବନ ଉପରେ ବାୟୋପିକ ହେବାକୁ ଯାଉଛି । ୩୪ ବର୍ଷୀୟ ଆମିର ଡବଲ-ଆର୍ମ-ଏମ୍ପ୍ୟୁଟି କ୍ରିକେଟର ଭାବରେ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି । ତେବେ କିଛି ଦିନ ତଳେ ହିଁ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଧ ସାହାରାରେ ବ୍ୟାଟିଂ କରୁଥିଲେ ।

ତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମହେଶ ଭଟ୍ଟ । ‘ଆମିର’ ନାମରେ ପ୍ରସ୍ତୁତ ହେଉଥିବା ଏହି ବାୟୋପିକର ପ୍ରଯୋଜନା ବିଗ ବ୍ୟାଟ ଫିଲ୍ମ ଦ୍ୱାରା ଦିଆଯାଇଛି । ତେବେ ଏହି ଚଳଚ୍ଚିତ୍ରକୁ ନେଇ ଘୋଷଣା ହୋଇସାରିଛି ।ଏହାର ଏକ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଟ୍ରେଡ଼ ଷ୍ଟାଇଲିସ କରନ ଆଦର୍ଶ ଏହାକୁ ଶେୟାର କରିଛନ୍ତି । ତେବେଏହି ଚରିତ୍ର ପାଇଁ ପ୍ରଥମେ ବିକି କୌଶଲ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଏ ଏହି ଚରିତ୍ରରେ ନଜର ଆସିବେ ତାହା ସୂଚନା ନିଆଯାଇନାହିଁ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
ଦିବ୍ୟାଙ୍ଗ କ୍ରିକେଟରଙ୍କ ଜୀବନୀ ଉପରେ ହେବ ବାୟୋପିକ | Argus News