IPL Controversy / ପୁରୁଣା ପ୍ରେମ ଭୁଲି ପାରିଲେ ନାହିଁ… “କହିଲେ ମାହି ଭାଇଙ୍କୁ ବହୁତ ମିସ କରୁଥିଲି”
·1 day ago·2 min read

Key Points
ଜାଡେଜା କହିଥିଲ ଯେ ପ୍ରଥମଥର ମୁଁ ରାଜସ୍ଥାନ ପାଇଁ ଖେଳୁଛି ଆଉ ଧୋନୀଙ୍କ ବିନା ଖେଳିବା ମୋ ପାଇଁ କଷ୍ଟ ମୁଁ ମାହି ଭାଇଙ୍କୁ ମିସ କରୁଛି।
ସୋମବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ସିଜିନର ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସର ଗୋଲାପୀ ରଙ୍ଗ ପିନ୍ଧି ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳିମାନଙ୍କ ସହିତ ଏକ ଭାବପ୍ରବଣ ପୁନର୍ମିଳନ କରିଥିଲେ। କିନ୍ତୁ ପ୍ରଶଂସକମାନେ ଗୌହାଟୀରେ ଏମଏସ୍ ଧୋନି-ରବୀନ୍ଦ୍ର ଜାଡେଜାଙ୍କ ପ୍ରେମକାହାଣୀ ଦେଖିପାରି ନଥିବାରୁ ଏହି ପୁନର୍ମିଳନ ଅସମ୍ପୂର୍ଣ୍ଣ ଲାଗିଥିଲା। କାରଣ ଧୋନୀ ଆହତ ଯୋଗୁ ଗ୍ରାଉଣ୍ଡରେ ନ ଥିଲେ। ଅଲରାଉଣ୍ଡରଙ୍କୁ ପଚରାଯାଇଥିଲା ଯେ ସେ ଆରଆର ବନାମ ସିଏସକେ ମ୍ୟାଚ୍ ପୂର୍ବରୁ ଧୋନିଙ୍କ ସହ କଥା ହୋଇଥିଲେ କି; ସେ 'ନା' ବୋଲି ଉତ୍ତର ଦେଇଥିଲେ। ଜାଡେଜା କହିଥିଲ ଯେ ପ୍ରଥମଥର ମୁଁ ରାଜସ୍ଥାନ ପାଇଁ ଖେଳୁଛି ଆଉ ଧୋନୀଙ୍କ ବିନା ଖେଳିବା ମୋ ପାଇଁ କଷ୍ଟ ମୁଁ ମାହି ଭାଇଙ୍କୁ ମିସ କରୁଛି।
ରବିନ୍ଦ୍ର ଜାଡେଜା ପାଇଁ ପରିସ୍ଥିତି ସମାନ ନଥିଲା । ଗତବର୍ଷ ତୁଳନାରେ ପରିସ୍ଥିତି ଭିନ୍ନ ଥିଲା । ସେ ଏହି ସିଜନରେ ତାଙ୍କ ଅଭିଯାନ ସେହି ଦଳ ବିପକ୍ଷରେ ଆରମ୍ଭ କରିଥିଲେ ଯାହା ପାଇଁ ସେ ପୂର୍ବ ସିଜନରେ ବିଜୟ ପାଇଁ ଚେଷ୍ଟା କରୁଥିଲେ। ଏଥର, ରବିନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ସିଏସକେ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ ଏବଂ ଦୁଇଟି ମୂଲ୍ୟବାନ ୱିକେଟ୍ ନେଇଥିଲେ । ଯାହା ତାଙ୍କ ପୂର୍ବ ଦଳର ମେରୁଦଣ୍ଡ ଭାଙ୍ଗି ଥିଲା । ଏସବୁ ସତ୍ତ୍ୱେ, ଆରଆର ବନାମ ସିଏସକେ ମ୍ୟାଚରେ ରବିନ୍ଦ୍ର ଜାଡେଜା କାହିଁକି କାନ୍ଦିଲେ ? ତାର ଉତ୍ତର ହେଉଛି ପୁରୁଣା ପ୍ରେମ ।
ରବିନ୍ଦ୍ର ଜାଡେଜାଙ୍କ ପୁରୁଣା ପ୍ରେମ ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସକୁ ବୁଝାଉଛି । ଯାହା ପାଇଁ ତାଙ୍କ ଭାବନା ଲୁହ ଆକାରରେ ଆଖିରେ ଜକେଇ ଆସିଥିଲା । ଲାଇଭ୍ ମ୍ୟାଚ୍ ସମୟରେ ସିଏସକେ ପ୍ରଶଂସକମାନେ ପଡ଼ିଆରେ ତାଙ୍କ ନାମ ଜପ କରିବା ଆରମ୍ଭ କରିଥିଲେ । ଏହି ଘଟଣା ଚେନ୍ନାଇ ସୁପର କିଙ୍ଗସର ଇନିଂସର ୯ମ ଓଭର ସମୟରେ ଘଟିଥିଲା । ଜାଡେଜା ସେତେବେଳେ ବାଉଣ୍ଡ୍ରୀ ଲାଇନରେ ଫିଲ୍ଡିଂ କରୁଥିଲେ । ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଚେନ୍ନାଇ ଛାଡି ରାଜସ୍ଥାନ ପାଇଁ ଖେଳିବାକୁ ନେଇ ଜାଡେଜା କହିଛନ୍ତି, ଏହା ସହଜ ନଥିଲା । ପ୍ରଥମେ ଟିକେ କଷ୍ଟକର ଥିଲା କାରଣ ମୁଁ ସିଏସକେ ସହିତ ୧୩-୧୪ ସିଜିନ୍ ଖେଳିଛି, କିନ୍ତୁ ପରେ ମୁଁ ଭାବିଲି ଏହା ଯାତ୍ରାର ଏକ ଅଂଶ ଏବଂ ମୁଁ ସେହି ଦଳକୁ ଫେରିଯାଉଛି ଯେଉଁ ଦଳ ସହିତ ମୁଁ ମୋର ପ୍ରଥମ ଆଇପିଏଲ ଜିତିଥିଲି। ଏମିତିରେ ବି ପିଙ୍କ୍ କଲର ମୋତେ ସୁଟ୍ କରୁଛି । ହଳଦିଆ ପୁରୁଣା ହୋଇଗଲାଣି । "
ରବିନ୍ଦ୍ର ଜାଡେଜା ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍ ସିଏସରେ ବିପକ୍ଷରେ ୩ ଓଭରରେ ୧୮ ରନ ଦେଇ ୨ଟି ୱିକେଟ ନେଇଥିଲେ। ତାଙ୍କର ଅବଦାନ ରାଜସ୍ଥାନକୁ ୮ ୱିକେଟରେ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଥିଲା । ବିଜୟ ପରେ, ରବିନ୍ଦ୍ର ଜାଡେଜାଙ୍କ 'ପୁରୁଣା ପ୍ରେମ' ପ୍ରତି ଭାବନା ପୁଣି ଥରେ ସ୍ପଷ୍ଟ ହୋଇଥିଲା ଯେତେବେଳେ ସେ ସିଏସକେ ଖେଳାଳି ଖଲିଲ ଅହମ୍ମଦଙ୍କ ସହ କଥା ହେବାକୁ ଯାଇଥିଲେ । ଜାଡେଜା ଖଲିଲ ଅହମ୍ମଦଙ୍କ ଜର୍ସିରେ ସିଏସକେ ଲୋଗୋ ଦେଖି ତାହାକୁ ଚୁମ୍ବନ ଦେଇଥିଲେ । ଏହା ଦର୍ଶାଉଛି ଯେ, ଚଳିତ ଆଇପିଏଲ ସିଜିନରେ ଜାଡେଜାଙ୍କ ସ୍ଥାନ ପରିବର୍ତ୍ତନ ହୋଇଥାଇପାରେ, ତଥାପି ତାଙ୍କ ହୃଦୟରେ ସିଏସକେର ସ୍ୱତନ୍ତ୍ର ସ୍ଥାନ ରହିଛି ।
Jadeja @kadaipaneer_ pic.twitter.com/u2z2hVJO7o
— 🪐 (@__jaisball) March 31, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories