Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତୀୟ ପ୍ରଶଂସକଙ୍କୁ ଜୟ ଶାହଙ୍କ ପ୍ରତିଶ୍ରୁତି 

Sangram Tripathy
Browse all articles by Sangram Tripathy
·1 year ago·1 min read
ଭାରତୀୟ ପ୍ରଶଂସକଙ୍କୁ ଜୟ ଶାହଙ୍କ ପ୍ରତିଶ୍ରୁତି 


ଅର୍ଗସ ବ୍ୟୁରୋ:ଏମିତି କଣ ଭୁଲ୍ କରିଥିଲା ଭାରତ,କାହିଁକି ବିସିସିଆଇ ସମ୍ପାଦକ ଜୟ ଶାହ କହିଲେ ଟିମ୍ ଇଣ୍ଡିଆ ଆଉ କରିବନି ଏମିତ ମିଷ୍ଟେକ,ଭାରତୀୟ ପ୍ରଶଂସକଙ୍କୁ ଦେଲେ ପ୍ରତିଶ୍ରୁତି। ଖବର ଭିତରକୁ ଗଲେ ଆପଣ ବୁଝିପାରିବେ ପୂର୍ବରୁ ଘଟିଥିଲା କଣ।  ବିଶ୍ବଟେଷ୍ଟ ଚାମ୍ପିଅନଶିପ୍ ୨୦୨୩ ହେଉ ଅବା ଦିନିକିଆ ବିଶ୍ବକପ୍ ଅଳ୍ପକେ ଟିମ୍ ଇଣ୍ଡିଆ ହାତରୁ ଟ୍ରଫି ଚାଲିଯାଇଥିଲା,ଫାଇନାଲରେ ପହଞ୍ଜିଥିଲେ ବି ଦଳ ବିଶ୍ବବିଜେତା ହୋଇପାରିନଥିଲା

ଆଇପିଏଲ ୨୦୨୩ ଏବଂ ବିଶ୍ବଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ମଧ୍ୟରେ ବ୍ୟବଧାନ ବହୁତ କମ୍ ରହିଥିଲା,ଯାହାର ପରିଣାମ ଭୋଗିବାକୁ ପଡିଥିଲା ଭାରତକୁ,ଫାଇନାଲରେ ପହଞ୍ଜିଥିଲେ ବି ଦଳ ବିଜୟର ମୁକୁଟ ପିନ୍ଧିପାରିନଥିଲା,ଏଥିପାଇଁ ଆଇପିଏଲକୁ ମଧ୍ୟ ଦାୟୀ କରାଯାଇଥିଲା,କାରଣ ଆଇପିଏଲ ଖେଳିଲାବେଳେ ଖେଳାଳିମାନେ ଫିଟ୍ ରହୁଥିବାବେଳେ ଦେଶ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳିଲାବେଳେ କେମିତି ଗୁରୁତ୍ବ ଅସୁସ୍ଥ ହୋଇପଡୁଛନ୍ତି ଖେଳାଳି। ଆଇପିଏଲରେ ଅଧିକ ଅର୍ଥ ମିଳୁଥିବାରୁ ଖେଳାଳି ଫିଟ୍ କିନ୍ତୁ ଦେଶ ପାଇଁ ଖେଳିଲେ କେମିତି ହୋଇଯାଉଛନ୍ତି ଅନଫିଟ୍ । ଅନ୍ୟପଟେ ବିଶ୍ବଟେଷ୍ଟ ଚାମ୍ପିଅନଶିପ୍ ୨୦୨୩ର ଭୁଲକୁ ଆଉ ଦୋହରାଇବନି ଟିମ୍ ଇଣ୍ଡିଆ


ଭାରତୀୟ ପ୍ରଶଂସକଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛନ୍ତି ଶାହ,ଆଇପିଏଲ ଫାଇନାଲ୍ ଏବଂ ଡବ୍ଳ୍ୟୁଟିସି ଫାଇନାଲ୍ ମଧ୍ୟରେ ଭଲ ବ୍ୟବଧାନ ରଖାଯିବ। ଏମିତି ବି କିଛିଦିନ ପୂର୍ବରୁ ଜୟ ଶାହ କହିଥିଲେ ଆଇପିଏଲ ଫାଇନାଲ୍ ଏବଂ ଡବ୍ଳ୍ୟୁଟିସି ଫାଇନାଲ୍  ମଧ୍ୟରେ ୧୫ ଦିନର ବ୍ୟବଧାନ ରଖାଯାଉ। ଫଳରେ ଖେଳାଳି ମାନେ ମାନସିକ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ଡବ୍ଳ୍ୟୁଟିସି ଫାଇନାଲ୍  ୨୦୨୫ରେ ଖେଳାହେବାକୁ ଥିବାବେଳେ ଏଯାଏ ତାରିଖ ଧାର୍ଯ୍ୟ ହୋଇନି କିନ୍ତୁ,ଭାରତର ଏଥର କୌଣସି ରିକ୍ସ ନନେଇ,ଦଳ ଡବ୍ଳ୍ୟୁଟିସି ଫାଇନାଲ୍  ଟ୍ରଫି ଜିତିବୋଲି ଜୟ ଶାହ ଆଶାବ୍ୟକ୍ତି କରିଛନ୍ତି। ରୋହିତ-ଗମ୍ଭୀର ଯୋଡିଙ୍କ ଠାରୁ ବିସିସିଆଇ ସମ୍ପାଦକଙ୍କ ସମେତ ଦେଶବାସୀ ଅନେକ କିଛି ଆଶା ରଖିଛନ୍ତି,ଚମ୍ପିୟାନ୍ସ ଟ୍ରଫି,ଡବ୍ଳ୍ୟୁଟିସିରେ ଭାରତ ଟ୍ରଫି ଜିତି ବୋଲି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jai Shah's promise to Indian fans | Argus News