Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟେଷ୍ଟରେ ଜୟସ୍ୱାଲଙ୍କ ଧମାକା କଲେ ଏମିତି ରେକର୍ଡ..

Sangram Tripathy
Browse all articles by Sangram Tripathy
·1 year ago·2 min read
ଟେଷ୍ଟରେ ଜୟସ୍ୱାଲଙ୍କ ଧମାକା କଲେ ଏମିତି ରେକର୍ଡ..

ଅର୍ଗସ ବ୍ୟୁରୋ:ଟେଷ୍ଟରେ ରେକର୍ଡ କଲେ ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟର ଯଶସ୍ବୀ ଜୟସ୍ୱାଲ,ପଛରେ ପଡିଲେ ରନ୍ ମେସିନ ବିରାଟ କୋହଲି, ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷ ଟେଷ୍ଟରେ ଗର୍ଜିଛିଯଶସ୍ବୀଙ୍କ ବ୍ୟାଟ୍,ଖେଳିଛନ୍ତି ୫୬ ରନର ଜବରଦସ୍ତ ପାରି। ହଜିଛି ପ୍ରତିପକ୍ଷ ଟିମର ନିଦ। ରେକର୍ଡ କରିଛନ୍ତି ଜୟସ୍ୱାଲ। ଟେଷ୍ଟ ରାଙ୍କିଙ୍ଗରେ ହାସଲ କରିଛନ୍ତି ଦ୍ବିତୀୟ ସ୍ଥାନ। ୨୦୨୪ରେ ମସିହାରେ ଟେଷ୍ଟରେ କରିଛନ୍ତି ସର୍ବାଧିକ ରନ୍ ସଂଗ୍ରହ। ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ରୁଟ୍ ୨୦୨୪ରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୯୮୬ ରନ୍ ସଂଗ୍ରହ କରିଥିବାବେଳେ ଜୟସ୍ୱାଲ ଏ ପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ୭୬୪ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏଥିସହ ୨୦୨୪ରେ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ ଖେଳାଳି ହୋଇଛନ୍ତି।

ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,କେବଳ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,ମିଳିଥିବା ସୂଚନା ଅନୁସାରେ ଜାଡେଜା ୩୨,ଅଶ୍ବିନ ୪୭ ରନ୍ କରି ଅପରାଜିତ ଥିଲେ,ଭାରତ ୬ ୱିକେଟ୍ ହରାଇ ୨୨୮ କରିଥିଲା।

ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ହାସଲ କରିଥିଲା । ତଥାପି ରୋହିତ ସେନାକୁ ବାଂଲାଦେଶ ପକ୍ଷରୁ ମିଳିବାକୁ ଥିବା ଚ୍ୟାଲେଞ୍ଜ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିବ। ଉଭୟ ଦଳଙ୍କ ଭିତରେ ୮ ଶୃଙ୍ଖଳାରେ ମୋଟ୍‌ ୧୩ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଛି, ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି। କେବଳ ୨୦୧୫ରେ ଭାରତର ବାଂଲାଦେଶ ଗସ୍ତ ଟେଷ୍ଟ୍‌ ଡ୍ର ରହିଥିଲା। ବାଂଲାଦେଶ ମଧ୍ୟ ଭାରତରେ ତି ନୋଟି ଟେଷ୍ଟ୍‌ ଖେଳିଛି। ହେଲେ ପ୍ରତେକ ଥର ହୋଇଛି ପରାସ୍ତ। ଭାରତୀୟ ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ରହିଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Jaiswal's blast in the test made such a record.. | Argus News