ଜୟସ୍ବାଲଙ୍କ ଶତକ ଦେଲା ରାଜସ୍ଥାନକୁ ବଡ଼ ବିଜୟ
·2 years ago·1 min read

ଅର୍ଗସ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ପରାଜୟ ଏବଂ ରାଜସ୍ଥାନ ରୟାଲ୍ସର ସପ୍ତମ ବିଜୟ। ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ତାନ ରୟାଲ୍ସ ୯ ଓ୍ବିକେଟରେ ମୁମ୍ବାଇକୁ ପରାସ୍ତ କରିଛି।
ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଶତକ ବଳରେ ରାଜସ୍ଥାନ ମାତ୍ର ଗୋଟିଏ ଓ୍ବିକେଟ ହରାଇ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ 180 ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଜୟସ୍ବାଲଙ୍କ ଶତକ ସହ ଜୋସ ବଟଲର ୩୫ ଏବଂ ଅଧିନାୟକ ସଞ୍ଜୁ ସାମସନ ୩୮ ରନ କରିଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ତିଲକ ବର୍ମାଙ୍କ 65 ରନ ବଳରେ ୧୭୯ ରନ୍ କରିଥିଲା। ବର୍ତ୍ତମାନ ମୁମ୍ବାଇ ତାଲିକାରେ 6 ପଏଣ୍ଟ ସହ ସପ୍ତମ ସ୍ଥାନରେ ଥିବା ବେଳେ ରାଜସ୍ଥାନର ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: