ଇଂଲଣ୍ଡ ଟେଷ୍ଟରେ ଜୟସ୍ବାଲଙ୍କ କମାଲ

ଅର୍ଗସ ବ୍ୟୁରୋ: ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଡ୍ରାଇଭିଂ ସିଟରେ ଭାରତ। ବୋଲରଙ୍କ ପରେ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜକୋଟରେ ଟେଷ୍ଟରେ ଭାରତୀୟ ଦଳର ପଲ୍ଲା ଭାରରି ରହିଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ଓ୍ବିକେଟ ହରାଇ ୧୯୬ ରନ କରିଛି। ହାତରେ ୮ଟି ଓ୍ବିକେଟ ବାକି ଥାଇ ଦଳ ୩୨୨ ରନରେ ଅଗ୍ରଣୀ ହାସଲ କରିସାରିଛି। ୨ୟ ଇନିଂସରେ ଯଶସ୍ବୀ ଜୟସ୍ବାଲ ୧୦୪ ରନ କରି ରିଟାୟର୍ଡ ହଟ ହୋଇଥିବୋବେଳେ ଶୁଭମନ ଗିଲ ୬୫ ଓ କୁଲଦୀପ ଯାଦବ ୩ ରନ କରି କ୍ରିଜରେ ଅଛନ୍ତି। ଏହାପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୧୯ ରନରେ ଅଲଆଉଟ ହୋଇଥିଲା। ଫଳରେ ଭାରତକୁ ୧୨୬ ରନରେ ଅଗ୍ରଣୀ ମିଳିଥିଲା।
ଭାରତର ଦ୍ବିତୀୟ ଇନିଂସ ଆରମ୍ଭରେ କ୍ୟାପଟେନ ରୋହିତ ଶର୍ମା ଆଉଟ ହୋଇଥିଲେ। ଏହାପରେ ଯଶସ୍ବୀ ଓ୍ବାନଡେ ଭଳି ବ୍ୟାଟିଂ କରିଥିଲେ। ଯଶସ୍ବୀ ଦମଦାର ବ୍ୟାଟିଂ କରି ତୃତୀୟ ଶତକ ହାସଲ କରିଥିଲେ। ଆପଣ ଜୟସ୍ବାଲଙ୍କ ସଂଘର୍ଷ ବିଷୟରେ କଣ ଜାଣିଛନ୍ତି। ଯଶସ୍ବୀ ହେଉଛନ୍ତି ସତରେ ଯଶସ୍ବୀ। ତାଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ଗୁପଚୁପ ବିକ୍ରି କରିବାଠୁ ଆରମ୍ଭ କରି ଆଇପିଏଲରେ ଦ୍ରୂତ ଅର୍ଦ୍ଧଶତକ କରିବା ସବୁ ହେଉଛି ଯଶସ୍ବୀଙ୍କ ପରିଚୟ।
୨୧ବର୍ଷୀୟ ଯଶସ୍ବୀଙ୍କ କାହାଣୀ ସତରେ ଇନସ୍ପାରିଙ୍ଗ। ଜୟସ୍ବାଲ ରାଜସ୍ଥାନ ରୟାଲ ଟିମର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଜୟସ୍ବାଲ ହେଉଛନ୍ତି ଜଣେ ଛୋଟ ଦୁକାନଦାରଙ୍କ ପୁଅ। ତାଙ୍କ ପିତାଙ୍କ ନାମ ହେଉଛି ସୂର୍ଯ୍ୟଓ୍ବାନ ଭାଦୋହୀ। ଜୟସ୍ବାଲଙ୍କ ଘର ହେଉଛି ଉତ୍ତରପ୍ରଦେଶରେ। କ୍ରିକେଟର ହେବାର ଏତେ ନିଶା ଥିଲା ଯେ, ୧୦ ବର୍ଷ ବୟସରେ ଜୟସ୍ବାଲ ମୁମ୍ବାଇ ଚାଲିଆସିଥିଲେ। କିନ୍ତୁ ପେଟକୁ ଦାନା ପାଇଁ କାମ ତ କରିବାକୁ ପଡ଼ିବ। ଏହାପରେ ଜୟସ୍ବାଲ ଏକ ଡାଏରୀ ଫାର୍ମରେ ସକାଳେ କାମ କରୁଥିଲେ। ଆଉ ରାତିରେ କ୍ରିକେଟ ପ୍ରାକ୍ଟିସ କରୁଥିଲେ। ସେଥିପାଇଁ ଡାଏରୀ ମାଲିକ ତାଙ୍କୁ କାମରୁ ବାହାର କରିଦେଇଥିଲେ। ଏହାପରେ ଜୟସ୍ବାଲ ଆଜାଦ ମୈଦାନର ପଡ଼ିଆ ନିକଟରେ ଏକ ଟେଣ୍ଟ ବାନ୍ଧି ରହିଥିଲେ। ଏହି ଟେଣ୍ଟରେ ରହିବାକୁ ତାଙ୍କୁ ବହୁତ ଅସୁବିଧା ହେଉଥିଲା। କିଛି ସୁବିଧା ନ ଥିଲା। ନା ଇଲେକ୍ଟ୍ରିସିଟି ଥିଲା ନା ଗାଧୋଇବାକୁ ବାଥରୁମ ଥିଲା। ଖାଇବାକୁ ବି କିଛି ନ ଥିଲା। ଏହାପରେ ଜୟସ୍ବାଲ ଆଜାଦ ମୈଦାନର ଟେଣ୍ଟ ବାହାରେ ରାତିରେ ଗୁପଚୁପ ବିକ୍ରି କରୁଥିଲେ ଆଉ ଦିନରେ କ୍ରିକେଟ ଖେଳୁଥିଲେ। ଜୟସ୍ବାଲଙ୍କ କୋଚ ଜ୍ବାଲା ସିଂ ତାଙ୍କର ଏହି ବ୍ୟାଟିଂ ଦେଖି ଚକିତ ହୋଇଯାଇଥିଲେ।
📱 Get Argus News App
✨ଆଉ ତାଙ୍କୁ ଅଣ୍ଡର-୧୯ ଖେଳିବାକୁ ସୁଯୋଗ ଦେଇଥିଲେ। ୨୦୨୦ ଜୟସ୍ବାଲ ଏହି ମ୍ୟାଚରେ ଟପ ସ୍କୋର କରିଥିଲେ। ଆଉ ୪୦୦ ରନ କରି ପ୍ଲେୟର ଅଫ ଦ ସିରିଜ ହୋଇଥିଲେ। ଏହାପରେ ରାଜସ୍ଥାନ ରୟାଲ୍ସ ଟିମ ୨.୪ କୋଟିରେ ଜୟସ୍ବାଲଙ୍କୁ କିଣିଥିଲା। ଏହାପରଠୁ ସେ ପଛକୁ କେବେ ଚାହିଁ ନାହାନ୍ତି। ଆଇପିଏଲରେ ୧୩ ବଲରେ ଫାଷ୍ଟେଷ୍ଟ ହାଫ ସେଞ୍ଚୁରୀ କରିଥିଲେ। ଆଉ ଏବେ ଟେଷ୍ଟରେ ଧମାଲ କରୁଛନ୍ତି ଜୟସ୍ବାଲ। ଜୟସ୍ବାଲ ଏମିତି ଭାରତ ପାଇଁ ଖେଳୁଥାନ୍ତୁ ବୋଲି ପୁରା ଦେଶବାସୀଙ୍କ ତରଫରୁ ଶୁଭକାମନା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର