Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଦମଦାର ବ୍ୟାଟିଂ

Ritu Das
Browse all articles by Ritu Das
·2 years ago
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଦମଦାର ବ୍ୟାଟିଂ

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ଦମଦାର ବ୍ୟାଟିଂ କରିଛନ୍ତି ଯଶସ୍ୱୀ ଜୟସ୍ୱାଲ । ଏହି ଟେଷ୍ଟ ମ୍ୟାଚରେ ଜୟସ୍ୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ହେଲେ ଭାରତ ପକ୍ଷରୁ ଆଉ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନାହାନ୍ତି। ଫଳରେ ଭାରତ ଏବେ ୮ ୱିକେଟ ହରାଇ ୪୦୦ ରନ ଆଡକୁ ଅଗ୍ରସର ହେଉଛି। 

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ଏକାକୀ ଲଢିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଜୟସ୍ୱାଲ ୨୯୦ ବଲ ଖେଳି ୨୦୯ ରନ କରିଥିଲେ ଯେଉଁଥିରେ ସେ ୭ ଛକା ଓ ୧୯ ଚୌକା ମାରିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jaiswal's strong b | Argus News