Jusprit Bumras Test Cricket Record / ଇତିହାସ ରଚିଲେ ଜସ୍ପ୍ରୀତ ବୁମ୍ରା
·7 months ago·2 min read

Key Points
- ଜସପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି।
ସାଉଥ୍ ଆଫ୍ରିକା ବିରୁଦ୍ଧରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମ୍ରା ୧୦୦୦୦ରୁ ଅଧିକ ବଲ୍ ପକେଇବାରେ ଭାରତର ଷଷ୍ଠ ଦ୍ରୁତତମ ବୋଲର୍ ଭାବେ ବିବେଚିତ ହୋଇଛନ୍ତି ।
ଏହା ସହିତ ସେ ଟେଷ୍ଟ କ୍ରିକେଟରେ ୧୦୦୦୦+ ବଲ୍ ପକେଇବାକୁ ସମର୍ଥ ଥିବା ୧୭ତମ ଭାରତୀୟ ବୋଲର୍ ଏବଂ ସମୁଦାୟ ଟେଷ୍ଟ ଇତିହାସର ୧୩୦ତମ ବୋଲର୍ ହେବାର ସଫଳତା ମଧ୍ୟ ହାସଲ କରିଛନ୍ତି।
ବୁମ୍ରା ଦୁନିଆରେ ଟେଷ୍ଟ କ୍ରିକେଟରେ ୧୦୦୦୦ବଲ୍ ପକେଇବାକୁ ସକ୍ଷମ ହୋଇଥିବା ୭୫ତମ ଦ୍ରୁତତମ ବୋଲର୍ ମଧ୍ୟ ଅଟନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ବଲ୍ ସେ ଏବି ଡିଭିଲିଅର୍ସଙ୍କୁ ପକେଇଥିଲେ, ଏବଂ ୧୦୦୦୦ତମ ବଲ୍ ସେ ଏଡମ୍ ମାର୍କରମ୍ଙ୍କୁ ପକାଇଥିଲେ । ସଂଯୋଗବଶତଃ ଦୁଇଜଣ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ଥିଲେ।
ଭାରତ ପାଇଁ ସବୁଠାରୁ ଅଧିକ ବଲ୍ ପକେଇଥିବା ଦ୍ରୁତତମ ବୋଲର୍
ଏଠାରେ କହିରଖୁଛୁ କି, ଟେଷ୍ଟ କ୍ରିକେଟରେ ଭାରତର ପକ୍ଷରୁ ସବୁଠାରୁ ଅଧିକ ବୋଲିଂ (ବଲ୍ ପକେଇବାରେ) ରେକର୍ଡ କପିଲ ଦେବଙ୍କ ନାଁରେ ଅଛି। ସେ 227 ଇନିଂସରେ 27,740 ବଲ୍ ପକାଇଛନ୍ତି।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଶାନ୍ତ ଶର୍ମା, ଯିଏ 188 ଇନିଂସରେ 19,160 ବଲ୍ ପକାଇଛନ୍ତି ।
ତୃତୀୟ ସ୍ଥାନରେ ଅଛନ୍ତି ଜାହିର୍ ଖାନ୍, ଯାହାଙ୍କର 165 ଇନିଂସରେ 18,785 ବଲ୍ ରହିଛି।
ଚତୁର୍ଥରେ ଅଛନ୍ତି ଜାଭାଗଲ ଶ୍ରୀନାଥ, ଯିଏ 121 ଇନିଂସରେ 15,104 ବଲ୍ ପକାଇଛନ୍ତି।
ପଞ୍ଚମ ସ୍ଥାନରେ ଅଛନ୍ତି ମହମ୍ମଦ ସିରାଜ, ଯିଏ 122 ଇନିଙ୍ଗ ଯାଏ 11,515 ବଲ୍ ପକାଇଛନ୍ତି।
ଏବଂ ଷଷ୍ଠ ସ୍ଥାନରେ ଅଛନ୍ତି ଜସପ୍ରୀତ ବୁମ୍ରା, ଯିଏ ଏପର୍ଯ୍ୟନ୍ତ 99 ଇନିଂସରେ 10,013 ବଲ୍ ପକାଇଛନ୍ତି।
ବିଶ୍ଵରେ ସର୍ବାଧିକ ବଲ୍ ପକେଇବାରେ ରେକର୍ଡ
ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ବଲ୍ ପକେଇବାରେ ରେକର୍ଡ ମୁରଲୀଧରନଙ୍କ ନାଁରେ ରହିଛି । ସେ 230 ଇନିଂସରେ 44,039 ବଲ୍ ପକେଇଛନ୍ତି ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅନିଲ କୁମ୍ବଲେ, ଯିଏ 236 ଇନିଂସରେ 40,850 ବଲ୍ ପକେଇଛନ୍ତି ।
ତୃତୀୟ ସ୍ଥାନରେ ଅଛନ୍ତି ଶେନ୍ ୱାର୍ଣ୍ଣ, ଯିଏକି 273 ଇନିଂସରେ 40,705 ବଲ୍ ପକେଇଛନ୍ତି ।
ଦ୍ରୁତତମ ବୋଲର୍ମାନଙ୍କ ମଧ୍ୟରେ ସର୍ବାଧିକ ବଲ୍ ପକେଇଥିବା ବୋଲର୍ ମାନେ ହେଲେ ଇଂଲଣ୍ଡର ଷ୍ଟାର ଖେଳାଳି ଜେମ୍ସ ଅଣ୍ଡର୍ସନ୍, ଯାହାଙ୍କ ନାଁରେ 350 ଇନିଂସରେ 40,037 ବଲ୍ ରହିଛି।
ନୋଟ୍ : ଏହି ସମସ୍ତ ତଥ୍ୟ ଭାରତ–ସାଉଥ୍ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ ପର୍ଯ୍ୟନ୍ତର ଅଟେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories