Videos
|
Sports

ICC ଟେଷ୍ଟ ପ୍ଲେୟର ଅଫ୍ ଦି ଇୟର ହେଲେ ବୁମ୍‌ରା, ବର୍ଡର ଗାଭାସ୍କର ଟ୍ରଫିରେ ନେଇଥିଲେ ୩୨ ୱିକେଟ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ICC ଟେଷ୍ଟ ପ୍ଲେୟର ଅଫ୍ ଦି ଇୟର ହେଲେ ବୁମ୍‌ରା, ବର୍ଡର ଗାଭାସ୍କର ଟ୍ରଫିରେ ନେଇଥିଲେ ୩୨ ୱିକେଟ୍

Key Points

ବୁମ୍‌ରା ଆଇସିସି ଟେଷ୍ଟ ପ୍ଲେୟର ଅଫ୍ ଇୟର

୧୩ଟି ଟେଷ୍ଟରେ ୭୧ଟି ୱିକେଟ୍ ଅକ୍ତିଆର୍

ଅର୍ଗସ ବ୍ୟୁରୋ: ଭାରତୀୟ ପେସ ବୋଲର୍ ଜଶପ୍ରୀତ ବୁମ୍‌ରା ହୋଇଛନ୍ତି ଆଇସିସି ଟେଷ୍ଟ ପ୍ଲେୟର ଅଫ୍ ଦି ଇୟର । ଇଂଲଣ୍ଡର ଜୋ ଋଟ, ହ୍ୟାରି ବ୍ରୁକ ଓ ଶ୍ରୀଲଙ୍କାର ଅଜମତୁଲ୍ଲାହକୁ ପଛରେ ପକାଇ ବୁମ୍‌ରା ପାଇଛନ୍ତି ଏହି ସଫଳତା । ଏହି ଟାଇଟଲ୍ ପାଇବାରେ ବୁମ୍‌ରା ହେଉଛନ୍ତି ପ୍ରଥମ ଭାରତୀୟ ବୋଲର । ସେ ଗତବର୍ଷ ଟେଷ୍ଟ ମ୍ୟାଚ୍‌ରେ ୭୧ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।


୨୦୨୪ ମସିହାରେ ବୁମ୍‌ରା ମୋଟ ୧୩ଟି ଟେଷ୍ଟ ଖେଳି ୭୧ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଲାଗି ୭୦ରୁ ଅଧିକ ୱିକେଟ୍ ନେଇଥିବା ଖେଳାଳି ହେଉଛନ୍ତି ଜଶପ୍ରୀତ ବୁମ୍‌ରା । ଏହା ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵୀନ, ଅନିଲ କୁମ୍ବଲେ ଓ କପିଲ ଦେବ ଏହି ସଫଳତା ହାସଲ କରିଛନ୍ତି । ଏଯାବତ୍ କ୍ରିକେଟର ଏକ କ୍ୟାଲେଣ୍ଡର ବର୍ଷରେ ୧୭ ଜଣ ବୋଲର ୭୦ରୁ ଅଧିକ ୱିକେଟ୍ ନେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାନୁଆରୀ ୨୦୨୫ ଆରମ୍ଭରେ ସରିଥିବା ବର୍ଡର ଗାଭାସ୍କର ଟୁର୍ଣ୍ଣାମେଣ୍ଟରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ବୁମରା । ସେ ବର୍ଡର ଗାଭାସ୍କର ଟ୍ରଫିରେ ୩୨ଟି ୱିକେଟ୍ ଅକ୍ତିଆର କରିଥିଲେ । ସିରିଜରେ ବୁମ୍‌ରା ଟେଷ୍ଟରେ ୨୦୦ ୱିକେଟ୍ ଅକ୍ତିଆର କରିବା ସହ ଏଭଳି ସଫଳତା ହାସଲରେ ହୋଇଥିଲେ ୧୨ତମ ଭାରତୀୟ ବୋଲର ।


ତେବେ ୨୦୨୪ରେ ବୁମ୍‌ରାଙ୍କ ଲାଗି ସ୍ମରଣୀୟ ଥିଲା କେପଟାଉନ୍ ଟେଷ୍ଟ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମ୍‌ରା ୮ ୱିକେଟ୍ ନେଇଥିଲେ । ସେହିଭଳି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍‌ରା ହାତେଇ ଥିଲେ ୧୯ଟି ୱିକେଟ୍ । ଏହି ସିରିଜ୍ ଭାରତ ୪-୧ରେ ଜିତିଥିଲା ।


ସେହିଭଳି ମହିଳା ବର୍ଗରେ ଭାରତୀୟ ଦଳର ଉପଅଧିନାୟକ ସ୍ମୃତି ମନ୍ଧାନା ହୋଇଛି ୱାନ୍ ଡେ ପ୍ଲେୟାର ଅଫ୍ ଦି ଇୟର ।

Jasprit Bumrah ICC Test Player Of The Year | Argus News